ଭୁବନେଶ୍ୱର,୧।୧୧(ବ୍ୟୁରୋ): ଏମ୍ଜିଏନ୍ଆର୍ଇଜିଏସ୍ ବାବଦରେ ଓଡ଼ିଶାର ୧୦୮୮.୭୨ କୋଟି ଟଙ୍କା କେନ୍ଦ୍ର ଉପରେ ବକେୟା ପଡ଼ିଛି। ଏଥିରେ ୩୭୭.୯୧ କୋଟି ଦରମା ଏବଂ ୭୧୦.୮୧ କୋଟି ଟଙ୍କା ମ୍ୟାଟେରିଆଲ ବାବଦକୁ ଅର୍ଥ ପାଇବାର ଅଛି। ଏହି ବକେୟା ରାଶି ତୁରନ୍ତ ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସହ ୨୦୨୧-୨୨ ବର୍ଷ ପାଇଁ ୨୫ କୋଟି ଶ୍ରମ ଦିବସ ଲାଗି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।