ନଭେମ୍ବର ୧୮, ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର, ୧୫ା୧୧: ଆସନ୍ତା ନଭେମ୍ବର ୧୮ ତାରିଖ ଏବଂ ନଭେମ୍ବର ୨୫ ତାରିଖ ଉଭୟ ସୋମବାରରେ ଭୁବନେଶ୍ୱର, ୟୁନିଟ -୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।

ଏହାପୂର୍ବରୁ ନଭେମ୍ବର ୪ ଓ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ସେହିଭଳି ବାତ୍ୟା ’ଦାନା’ ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୮ ରେ ଭୁବନେଶ୍ବର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା।

ଯେଉଁମାନେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଅନଲାଇନ୍‌ ଯୋଗେ ପଞ୍ଜୀକରଣ କରିଥିଲେ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ପାଇଁ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ । ସେମାନଙ୍କୁ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,୨୨ା୧୨: ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ରବିବାର ପରଲୋକ ଘଟିଛି। ଦେହାନ୍ତ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। କିଛି ଦିନ ହେବ ସେ ହୃଦରୋଗ...

ଶୁଣ୍ଢରେ ଟେକି ନେଇ କଚାଡ଼ିଲା, ପରେ ପାଦରେ ଦଳି ମାରିଲା ଦନ୍ତା

ବଣାଇଁ,୨୨ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଜକୈକଳା ଗ୍ରାମରେ ରବିବାର ପୁଣି ଏକ ଗୋଠଛଡ଼ା ଦନ୍ତା ଶୁଣ୍ଢରେ ଟେକିନେଇ କଚାଡ଼ିବା ପରେ ପାଦରେ...

ନିଲମ୍ବିତ ପିଇଓଙ୍କୁ ଉଠାଇନେଲା ଭିଜଲାନ୍ସ, ୩ ପଞ୍ଚାୟତରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି…

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ୩ଟି ପଞ୍ଚାୟତ ତୁରୁଡ଼ିହି, କଚରାପରା -୩ ଓ ପରଚିପାରା ଦାୟିତ୍ୱରେ ଥିବା ପିଇଓ ସୁରେନ୍ଦ୍ର ଭତ୍ରା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ସଡ଼କ ଦୁର୍ଘଟଣା ନେଲା ଦୁଇ ଜୀବନ। ଶନିବାର ବିଳମ୍ବିତ ରାତିରେ ନବରଙ୍ଗପୁର ସହର ନିକଟସ୍ଥ ଗ୍ଲେଜ ନିକଟରେ ଦୁଇ ବାଇକ୍‌ଆରୋହୀ ମୁହାଁମୁହିଁ ଧକ୍କା...

ମହିଳାଙ୍କ ଅଶ୍ଳୀଳ ଭିଡିଓ, ଫଟୋ ଭାଇରାଲ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୨ା୧୨(ସତ୍ୟଜିତ୍‌ ରାଉତ): ସମ୍ପର୍କରେ ବିଷ ଦେଲେ ଯୁବକ। ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ବ୍ଲାକମେଲ୍‌ କରି ନେଇଗଲେ...

ଆଜି ଶିମିଳିପାଳ ବନ୍ଦ

ବାରିପଦା,୨୨।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଲଗାଣ ବର୍ଷା ଯୋଗୁ ରବିବାର ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରାଯାଇଛି। ଶିମିଳିପାଳର ପିଠାବଟା ଓ କାଳିକାପ୍ରସାଦ ଦୁଇଟି ଗେଟ୍‌...

ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ: ବିଜେଡିରେ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୨୨ା୧୨(ଅନିଲ ଦାସ): ଏକ ଦେଶ ଏକ ନିର୍ବାଚନ(ୱାନ୍‌ ନେଶନ ୱାନ୍‌ ଇଲେକ୍ସନ) ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି। ରାଜ୍ୟ ସଭାରେ ଏହି ବିଲ୍‌କୁ ଦଳ...

ବର୍ଷା ଧୋଇନେଲା ବର୍ଷକର ଦାନା

ଭୁବନେଶ୍ୱର,୨୨ା୧୨(ଅନିଲ ଦାସ): ଗତ ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା ଧାନ ଫସଲକୁ ଏକ ପ୍ରକାର ଧୋଇନେଇଛି। ପାଣିରେ ଲୋଟୁଛି ପାଚିଲା ଧାନ। ଯଦିଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri