ଗଞ୍ଜାମ,୨୭।୧(ଡି.ଏନ୍.ଏ.): ଗଞ୍ଜାମ ଅଞ୍ଚଳରେ ଥିବା ଐତିହାସିକ ପୋତାଗଡ଼ ଓ ଋଷିକୂଲ୍ୟା ମୁହାଁଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଧୀରେନ କ୍ରିଷ୍ଣା ବୁଧବାର ପରିଦର୍ଶନ କରିଛନ୍ତି। ଏହି ସମୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୋତାଗଡର ଇତିହାସ,ଏଠାରେ କିପରି ଆନୁସଙ୍ଗିକ ବ୍ୟବସ୍ଥା ହେବାସହ କିପରି ଉନ୍ନତିକରଣ ହୋଇପାରିବ ସେ ସମ୍ପର୍କରେ ଅବଗତ କରାଇଥିଲେ। ସେହିପରି ଋଷିକୂଲ୍ୟା ମୁହାଁଣ ଅଞ୍ଚଳ ପରିଦର୍ଶନ କରି ସେଠାକାର ପ୍ରାକୃତିକ ପରିବେଶ ଉପଭୋଗ କରିବା ସହ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛ ସମ୍ପର୍କରେ କ୍ରିଷ୍ଣା ପଚାରି ବୁଝିଥିଲେ।
ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଡିଓ ବିଶ୍ୱଜିତ ରାୟ, ତହସିଲଦାର ଅରୁଣ କୁମାର ନାୟକ, ଗଞ୍ଜାମ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।