ବଲିଉଡ୍‌ରେ ପରିଚୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପୁଅ: ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡରେ ପରିଚୟ ସୃଷ୍ଟି କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। କେବଳ ଗୋଟିଏ ଚଳଚ୍ଚିତ୍ରର ଅଂଶ ହେବା ପାଇଁ ବର୍ଷ ବର୍ଷ ଲାଗିଥାଏ। ବଲିଉଡର ଏପରି ଜଣେ ଅଭିନେତା ଅଛନ୍ତି, ଯିଏ ଭଲ ରାଜନୈତିକ ପୃଷ୍ଠଭୂତି ଛାଡି ନେତା ହେବା ପରିବର୍ତ୍ତେ ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ହେଉଛନ୍ତି ବଲିଉଡର ଅନ୍ୟତମ ଶ୍ରେଷ୍ଠ ଅଭିନେତା ରିତେଶ ଦେଶମୁଖ। ସାଧାରଣତଃ ଦେଖାଯାଏ ରାଜନେତାଙ୍କ ପୁଅ କେବଳ ରାଜନୀତିରେ ନିଜର କ୍ୟାରିଅର୍‌ କରନ୍ତି। କିନ୍ତୁ ରିତେଶ ଏହି ଢାଞ୍ଚା ଭାଙ୍ଗି ଅଭିନୟରେ ନାମ ଅର୍ଜନ କରିଥିଲେ। ରିତେଶ ଦେଶମୁଖଙ୍କ ପିତା ବହୁ ବର୍ଷ ଧରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ରିତେଶ ଚାହିଁଥିଲେ ରାଜନୀତିରେ ନିଜର କ୍ୟାରିୟର କରିପାରିଥାନ୍ତେ। କିନ୍ତୁ ସେ ଅଭିନୟରେ ତାଙ୍କର ପଥ ବାଛିଥିଲେ ଏବଂ ନିଜେ ଅଭିନୟରେ ନିଜର କ୍ୟାରିଅର୍‌ କରିଥିଲେ। ରିତେଶ ୧୭ ଡିସେମ୍ବର ୧୯୭୮ରେ ଜନ୍ମ ହୋଇଥିଲେ। ଆଜି ସେ ୪୫ ବର୍ଷରେ ପଦାର୍ପଣ କରିଛନ୍ତି।
୨୦୦୦ରେ ରିତେଶ ଫିଲ୍ମ ‘ତୁଝେ ମେରୀ କସମ’ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଯଦିଓ ରିତେଶଙ୍କୁ ଆରମ୍ଭରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ଏବଂ ଲୋକମାନେ ତାଙ୍କୁ ସିଏମଙ୍କ ପୁଅ ବୋଲି କହି ଟ୍ରୋଲ କରୁଥିଲେ। କେବଳ ଏତିକି ନୁହେଁ, ଲୋକମାନେ ତାଙ୍କ ତାଙ୍କ କାର୍ଯ୍ୟକୁ ଗମ୍ଭୀରତାର ସହ ନେଇ ନ ଥିଲେ। କିନ୍ତୁ ରିତେଶ କଠିନ ପରିଶ୍ରମ କରି ଆଜି ବଲିଉଡରେ ଏକ ଜଣାଶୁଣା ନାମ ପାଲଟିଛନ୍ତି। ଅଭିନୟ ମାଧ୍ୟମରେ ସେ ବିପୁଳ ଟଙ୍କା ରୋଜଗାର କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୧୨୦ କୋଟି ଟଙ୍କା।

Share