ମୁଖ୍ୟମନ୍ତ୍ରୀଙ୍କ ଗାଁ ରାସ୍ତା ଶୋଚନୀୟ, ବିଭାଗର ନଜର ନାହିଁ

କେନ୍ଦୁଝର,୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ଓ ରାଇକଳା ପଞ୍ଚାୟତ ସଂଯୋଗ କରୁଥିବା ରାସ୍ତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଗ୍ରାମ ଶୋଚନୀୟ ହୋଇ ପଡ଼ିଥିବାବେଳେ ବିଭାଗ ନିଘୋଡ଼ ନିଦ୍ରାରେ ଶୋଇଛି।
ଘଟଣାରୁ ପ୍ରକାଶ ଯେ, ଯେତେବେଳେ ଲୋକଙ୍କ ପାଇଁ ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ନିମନ୍ତେ ସାଢ଼େ ୪ କୋଟି ଓଡ଼ିଆଙ୍କ ଅତି ପ୍ରିୟ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି, ପ୍ରବଳ ଜନସମାଗମ ହେଉଛି। ଠିକ୍‌ ସେହି ଭଳି ନିଜର ଅତି ଆପଣାର ନିର୍ବାଚନମଣ୍ଡଳୀର ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ କାହାର ବା ଟିକେ ଦେଖିବା ପାଇଁ ମନ ବ୍ୟାକୁଳ ନ ହେବ। ମୁଖ୍ୟମନ୍ତ୍ରୀ ଗାଁକୁ ଆସିଲେ ସମସ୍ତେ ଧାଇଁ ଥାଆନ୍ତି ମୁଖ୍ୟମନ୍ତ୍ରୀଙ୍କ ଗାଁକୁ। ପଦ୍ମପୁର, ଗୋବର୍ଦ୍ଧନ, କାଉଁରୀକଳା, ଶଙ୍କିରୀ,ବାଉରୀପଦା, ବୋଦାପଳଶା,ମହାଦେଇଯୋଡ଼ା, ବରଦାପାଳ, ନୂଆଗାଁ ଆଦି ପଞ୍ଚାୟତ ଲୋକେ ହାଣ୍ଡିଭଙ୍ଗା ପଞ୍ଚାୟତ ରାସ୍ତା ଦେଇ ରାଇକକଳା ଗ୍ରାମକୁ ଯାଇଥାନ୍ତି। ହେଲେ ହାଣ୍ଡିଭଙ୍ଗାଠାରୁ ରାଇକଳା ଭାୟା ସାରିଆପଶି ରାସ୍ତା ମରଣଯନ୍ତା ପାଲଟି ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ମୁଖ୍ୟମନ୍ତ୍ରୀ ଗାଁକୁ ଆସୁଥିବା ସମୟରେ କେତେ ଯେ ବାବୁ ଭାୟାଙ୍କ ଗାଡ଼ି ମୋଟର ଏହି ରାସ୍ତା ଦେଇ ଯାଇଥାଏ କାହାର ନଜର ନ ପଡ଼ିବା ଅତି ଦୁର୍ଭାଗ୍ୟର ବିଷୟ ବୋଲି ସମାଜସେବୀ ସରୋଜ ସାହୁ କହିଛନ୍ତି। ରାସ୍ତାରେ ପାଣି ଜମି ମଝିରେ ମଝିରେ ବିରାଟକାୟ ଗର୍ତ୍ତ ସଷ୍ଟି ହୋଇ ଯାଇଥିବାବେଳେ ରାସ୍ତାଟି ଭାଙ୍ଗି ରୁଜି ଦୁର୍ବିସହ ହୋଇପଡ଼ିଛି। ଆମ୍ବୁଲାନ୍ସ କିମ୍ବା କୌଣସି ଆପଦକାଳୀନ ଗାଡ଼ି ଏ ରାସ୍ତାରେ ଯାତାୟାତ କରିବା ଅସମ୍ଭବ ହୋଇପଡ଼ିଛି।
ବିଶେଷକରି ରାଇକଳା ଢିପାସାହିଠାରୁ ସାରିଆପଶି ଗ୍ରାମ ପର୍ଯ୍ୟନ୍ତ ୧ କିମି ରାସ୍ତା ସବୁଠାରୁ ବିପଦପୂର୍ଣ୍ଣ ହୋଇ ପଡ଼ିଛି। ଏହି ରାସ୍ତାର ଦୁରବସ୍ଥା ପାଇଁ ୫ କିମି ପରିବର୍ତ୍ତେ ୩୦ କିମି ଝୁମ୍ପୁରା ଦେଇ କେନ୍ଦୁଝର ମୁଖ୍ୟାଳୟକୁ ଲୋକେ ବିଭିନ୍ନ କାର୍ଯ୍ୟରେ ଯାତାୟାତ କରୁଛନ୍ତି। ଏହି ରାସ୍ତାଟି ଏ ଅଞ୍ଚଳର ଜୀବନ ରେଖା ସଦୃଶ ହୋଇଥିବାବେଳେ ରାଇକଳା, ନାଗରପାଳ, ହରିପଶି, ଫକୀରପୁର, ଆମୁଣି,ସଣ୍ଡିଆପଶି, ଖପରାଖାଇ, ସୁନାପଶି, ତିନିଚତିରିଆ ଆଦି ଗ୍ରାମର ଲୋକେ ପ୍ରତ୍ୟେକ ଦିନ ଏ ରାସ୍ତା ଉପରେ ନିର୍ଭର କରି ଥାଆନ୍ତି। ଦୁଃଖ ଓ ପରିତାପର ବିଷୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଜ ଗ୍ରାମର ରାସ୍ତାର ଦୁରବସ୍ଥା ପାଇଁ ବିଭାଗ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଆଶୁ ସମାଧାନ କରିବା ବଦଳରେ ହାତ ବାନ୍ଧି ବସିଛନ୍ତି। ଏଥିରୁ ବିଭାଗୀୟ ଅଧିକାରୀଙ୍କ ପାରିବାପଣିଆ ଜଣାପଡୁଛି। ଏଣୁ ତୁରନ୍ତ ହାଣ୍ଡିଭଙ୍ଗା ଗ୍ରାମଠାରୁ ରାଇକଳା ଢିପା ସାହି ଭାୟା ସାରିଆପଶି ପର୍ଯ୍ୟନ୍ତ ରାସ୍ତାକୁ ପିଚୁ କିମ୍ବା କଂକ୍ରିଟ କରିବାକୁ ସୁଜନ ଦେହୁରୀ, ଗଣେଶ୍ୱର ଦେହୁରୀ, ହାଡ଼ିବନ୍ଧୁ ନାଏକ, ଚୈତନ୍ୟ ସର୍ଦ୍ଦାର, ରଞ୍ଜିତ ମୁଣ୍ଡା, ଅଜିତ ଆପଟ୍ଟ, ଗୌତମ ମହାନ୍ତ, ଶମ୍ଭୁନାଥ ନାଏକ ପ୍ରମୁଖ ଜିଲାପ୍ରଶାସନଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌, ଚାଲିଗଲା ଯୁବକଙ୍କ ଜୀବନ

କୋରାପୁଟ,୯ା୧୦(ଅମିତାଭ ବେହେରା): କୋରାପୁଟରୁ ବିଶାଖାପାଟଣା ଯାଇଥିବା ୨୬ନମ୍ବର ଜାତୀୟ ରାଜପଥର ଡୁମୁରିପୁଟଠାରେ ଏକ ସ୍କୁଟି ସହ ଟ୍ରକ୍‌ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ...

୬୦୨୫ ଟି ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୯ା୧୦: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ ଟ୍ରେନିଂ ରିଜର୍ଭ (LTR) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ...

ନୀଳ ଗାମୁଛାକୁ ମନ୍ତ୍ରୀ, ଏମ୍‌ପିଙ୍କ…

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ): ଦୀର୍ଘ ୧୫ ମାସ ପରେ ବୁଧବାର ଗଞ୍ଜାମ ଜିଲା ପରିଷଦ ବୈଠକ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ପ୍ରତି ୩ ମାସକୁ...

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରି ୧୪ ବର୍ଷ ଜେଲ୍‌ଦଣ୍ଡ ଭୋଗିବେ ଅଭିଯୁକ୍ତ

ବରଗଡ଼,୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପ ଅଞ୍ଚଳରେ୨୦୧୪ ନଭେମ୍ବରରେ ସଂଘଟିତ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଏବଂ ଗର୍ଭପାତ ମାମଲାର ରାୟ ବୁଧବାର...

ରାତିରେ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି କରିନେଲେ ବସ୍ତାବସ୍ତା ଚାଉଳ

ଝରିଗାଁ,୯ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାଉଳ ମହଜୁଦ ଘରର ତାଲା ଭାଙ୍ଗି ବସ୍ତାବସ୍ତା ଚାଉଳ...

ବଡ଼ ସୂଚନା: ବାରିପଦାରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର,୯।୧୦: ଖୁବଶ୍ରୀର୍ଘ ବାରିପଦାରେ ଏକ କଳାବାଘ ସଫାରୀ ହେବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। କଳାବାଘ ସଫାରୀ...

ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ ଆସିଲା ହାଇକୋଟର୍ଙ୍କ ବଡ଼ ରାୟ: ଅଧକ୍ଷା ପ୍ରିୟଙ୍କା ଗୌଡଙ୍କୁ ଝଟ୍‌କା

ପୁରୁଷୋତ୍ତମପୁର,୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ ଉପରେ ହାଇକୋର୍ଟ ୪୪ ପୃଷ୍ଠାର ଏକ ବଡ଼ ରାୟ ଦେଇଛନ୍ତି। କୋର୍ଟଙ୍କ...

ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସିଛନ୍ତି ଶ୍ରମିକ

ଢେଙ୍କାନାଳ,୯ା୧୦: ଏନ୍‌ଏଚ୍‌-୫୫ ମହିଷାପାଟ ନିକଟରେ ନିର୍ମାଣାଧୀନ କୋଠାର ଛାତ ପଡ଼ିବା ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଛାତ ପଡୁଥିବା ସମୟରେ ଭୁଶୁଡ଼ି ପଡ଼ିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri