ତିର୍ତ୍ତୋଲ ଉପନିର୍ବାଚନ: ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଜଗତସିଂହପୁର ଜିଲା ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ସମୟରେ ସମସ୍ତେ କୋଭିଡ୍‌ ଗାଇଡ୍‌ଲାଇନ ମାନିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମୋ’ ପ୍ରତି ଆପଣମାନଙ୍କ ଭଲପାଇବା ମୁଁ ଭଲଭାବେ ଜାଣିଛି। କରୋନା ଦୂରେଇଲେ ମୁଁ ନିଶ୍ଚିତ ଆପଣମାନଙ୍କ ପାଖକୁ ଯିବି।
ତିର୍ତ୍ତୋଲବାସୀ ଏମିତି ଭଲ କାମ କରୁଥାନ୍ତୁ, ମୁଁ ଆପଣମାନଙ୍କ ସହ ସବୁବେଳେ ରହିଛି। ମତଦାନ କେନ୍ଦ୍ରକୁ ଯିବା ସମୟରେ ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Share