Categories: ଜାତୀୟ

ଭୋ ଭୋ ହୋଇ କାନ୍ଦିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ: କହିଲେ, ମୁଁ ଯେଉଁ ଯନ୍ତ୍ରଣା ସହିଛି, ତାହାର ପ୍ରତିଶୋଧ…

ରାଞ୍ଚି,୯।୯: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ମୁର୍ମୁ ସୋରେନ ପୁଣି ଥରେ କାର୍ଯ୍ୟକର୍ତ୍ତାଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଛନ୍ତି। କାର୍ଯ୍ୟକର୍ତ୍ତାମାନଙ୍କ ଉତ୍ସାହ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେମାନଙ୍କର ନିଷ୍ଠା ଦେଖିବା ପରେ କଳ୍ପନା ଭାବପ୍ରବଣ ହୋଇପଡିଛନ୍ତି। ସେ କେନ୍ଦ୍ର ସରକାର ତଥା ଭାଜପା ଉପରେ ଆକ୍ରମଣ କରିଥିଲେ। କଳ୍ପନା କହିଛନ୍ତି, ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେବା ପରଠାରୁ କେନ୍ଦ୍ରରେ ଭାଜପା ସରକାର ତାଙ୍କ ପଛରେ ପଡିଯାଇଛନ୍ତି।
ଗିରିଡିହ ନଗର ଭବନରେ ଆୟୋଜିତ ୟୁବ ମୋର୍ଚ୍ଚାର କନଫରେନ୍ସ କମ ଟ୍ରେନିଂ କ୍ୟାମ୍ପରେ ଜେଏମଏମ ବିଧାୟକ କଳ୍ପନା କହିଛନ୍ତି,କେନ୍ଦ୍ର ସରକାର ସବୁବେଳେ ହେମନ୍ତ ସୋରେନଙ୍କ ସରକାରକୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ସେ ଏଥିରେ ସଫଳ ହୋଇ ନ ପାରିବାରୁ ଷଡଯନ୍ତ୍ର ରଚି ତାଙ୍କୁ ଜେଲକୁ ପଠାଇଥିଲେ। ହେମନ୍ତ ପାଞ୍ଚ ମାସ ଜେଲରେ ରହିଥିଲେ। ଏହି ପାଞ୍ଚ ମାସ ମଧ୍ୟରେ ମୁଁ ଯାହା ସହିଛି ତା’ଠାରୁ ତୁମେମାନେ ଅଧିକ ଯନ୍ତ୍ରଣା ଭୋଗିଛ। ବର୍ତ୍ତମାନ ଏହି ଯନ୍ତ୍ରଣା ପାଇଁ ପ୍ରତିଶୋଧ ନେବାର ସମୟ ଆସିଛ। ସେମାନଙ୍କୁ (ଭାଜପା) ଝାଡଖଣ୍ଡରୁ ବିଦା କରିବାର ସମୟ ଆସିଛି।
ସୂଚନାଯୋଗ୍ୟ, ହେମନ୍ତ ସୋରେନଙ୍କୁ ଜାନୁଆରୀରେ ଗିରଫ କରାଯାଇଥିଲା ଏବଂ ସେ ଜୁନରେ ଜାମିନ ପାଇଥିଲେ।

Share