Categories: ରାଜ୍ୟ

ଆଦର୍ଶ ଆଚରଣ ବିଧି ପାଳନର ତଦାରଖ କରିବା ପାଇଁ ମୁଖ୍ୟ ଶାସନ ସଚିବ ଗଠନ କଲେ କମିଟି

ଭୁବନେଶ୍ୱର,୨୨ା୩: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ଆଦର୍ଶ ଆଚରଣ ବିଧି କିପରି ଠିକ୍‌‌ ଭାବେ ପାଳନ ହେବ ସେ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ କମିଟି ଗଠନ ହୋଇଛି । ଏଥିରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ସଚିବମାନେ ସଦସ୍ୟ ଅଛନ୍ତି ।

କମିଟି ପ୍ରତ୍ୟେକ ବିଭାଗକୁ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୁଡ଼ିକ ଯାଞ୍ଚ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ନିମନ୍ତେ ପଠାଇବ ।

ନବରଙ୍ଗପୁର ଜିଲ୍ଲାରେ ଅବାଧ, ନିରପେକ୍ଷ ଭାବେ ସାଧାରଣ ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗର ଏକ ବୈଠକ ହୋଇଯାଇଛି । ନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ କରିବା ସହିତ ଆଚରଣବିଧି, କଳାଧନ, ମାଦକଦ୍ରବ୍ୟର ଚୋଳା ଚାଲାଣକୁ ନଜରରେ ରଖିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

Share