ଐଶ୍ୱର୍ଯ୍ୟାଙ୍କ ସହ କାମ କରିଥିବା ଏହି ଶିଶୁ କଳାକାର ଏବେ ସୁପରଷ୍ଟାର

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଜେନିଫର୍‌ ଓ୍ବିଙ୍ଗେଟ ବିଭିନ୍ନ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି। ଜେନିଫର୍‌ ଶିଶୁ କଳାକାର ଭାବରେ ବଲିଉଡ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ୧୦ବର୍ଷ ବୟସରେ ‘ଅକେଲେ ହମ୍‌ ଅକେଲେ ତୁମ୍‌’ ଫିଲ୍ମରୁ ଶିଶୁ କଳାକାର ଭାବରେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ। ପରେ ସେ ୧୨ ବର୍ଷ ବୟସରେ ‘ରାଜା କି ଆଏଗୀ ବାରାତ୍‌’ରେ ଅଭିନୟ କରିଥିଲେ। ସେ ଅନେକ ବଡ଼ ଷ୍ଟାରଙ୍କ ସହ ଶିଶୁ କଳାକାର ଭାବରେ କାମ କରିଛନ୍ତି। ଏପରିକି ଜେନିଫର୍‌ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ରାଣୀ ମୁଖାର୍ଜୀ, ଅମୀର ଖାନ, ମନୀଷା କୋଇରାଲାଙ୍କ ସହ ବଡ଼ ପରଦାରେ କାମ କରିଛନ୍ତି। ତାଙ୍କୁ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଫିଲ୍ମ ‘କୁଛ୍‌ ନା କହୋ’ରେ ପୂଜା ଭୂମିକାରେ ଦେଖିବାକୁ ମିଳିଥିଲା। ସେ ପିଲାଦିନରୁ ଟିଭିରେ ମଧ୍ୟ କାମ କରୁଛନ୍ତି। ଏବେ ୩୬ ବର୍ଷରେ ପଦାର୍ପଣ କରିଛନ୍ତି ଜେନିଫର୍‌। ସେ ବର୍ତ୍ତମାନ ଓ୍ବେବ୍‌ ସିରିଜ୍‌ରେ ମଧ୍ୟ କାମ କରୁଛନ୍ତି।

ବ୍ୟକ୍ତିଗତ ଜୀବନ ସମ୍ପର୍କରେ କହିବାକୁ ଗଲେ, ସେ ମୁମ୍ବାଇରେ ଅଧା ମରାଠୀ ଏବଂ ଅଧା ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ହେମାଣ୍ଟ ଓ୍ବିଙ୍ଗେଟ ଏବଂ ମାତାଙ୍କ ନାମ ପ୍ରଭା ଓ୍ବିଙ୍ଗେଟ। ତାଙ୍କ ପିତା ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ କାମ କରନ୍ତି ଏବଂ ମାତା ଜଣେ ଗୃହିଣୀ ଅଟନ୍ତି। ତାଙ୍କର ବଡ଼ ଭାଇଙ୍କ ନାମ ମୋଶା ଓ୍ବିଙ୍ଗେଟ। ୨୦୦୫ରେ ସେ ତାଙ୍କ କୋ-ଷ୍ଟାର କରଣ ସିଂ ଗ୍ରୋଭରଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ସେ ତାଙ୍କୁ ଟିଭି ଶୋ ‘କସୌଟୀ ଜିନ୍ଦେଗୀ କି’ର ଶେଟ୍‌ରେ ଭେଟିଥିଲେ। ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ୯ ଏପ୍ରିଲ ୨୦୧୨ରେ ଉଭୟ ବିବାହ କରିଥିଲେ। ବିବାହର ମାତ୍ର ୨ ବର୍ଷ ପରେ ଅର୍ଥାତ୍‌ ୨୦୧୪ରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା।

Share