କୂଅରେ ପଡ଼ି ଶିଶୁର ଜୀବନ ଗଲା

କେନ୍ଦୁଝର,୧୮।୬(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ରାଜକିଶୋର ଧୀବରଙ୍କ ୪ବର୍ଷର ପୁଅ ବିକାଶ ଧୀବର ଖେଳୁଥିବାବେଳେ ଘର ନିକଟରେ ଥିବା କୂଅ ମଧ୍ୟରେ ପଡିଯାଇଥିଲେ। କେନ୍ଦୁଝର ଦମକଳ ବାହିନୀ ପହଞ୍ଚି ୧୫ଫୁଟ ତଳୁ ଉଦ୍ଧାର କରି ୧୦୮ ଆମ୍ବୁଲନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Share