ଆଜିଠୁ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପିଲା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାରଠାରୁ ପ୍ରଥମଥର ପାଇଁ ୟୁଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପାଠପଢ଼ା ହେବ। ଗଣଶିକ୍ଷା ବିଭାଗ ରାଜ୍ୟରେ ଏହି ନୂଆ ପ୍ରୟୋଗ ଆରମ୍ଭ କରିବାକୁ ଯାଉଛି। ପ୍ରଥମରୁ ଦଶମ ଶ୍ରେଣୀ ଯାଏ ଛାତ୍ରୀଛାତ୍ର ‘ଶିକ୍ଷା ଦର୍ପଣ’ କାର୍ଯ୍ୟକ୍ରମ ଓ ୟୁଟ୍ୟୁବ୍‌ ମାଧ୍ୟମରେ ପାଠପଢ଼ିବେ। କରୋନା ପାଇଁ ପିଲାଙ୍କ ପାଠପଢ଼ାରେ ବହୁ ବ୍ୟାଘାତ ସୃଷ୍ଟି ହୋଇଛି। ଶିକ୍ଷାନୁଷ୍ଠାନ ପୁଣି କେବେ ଖୋଲିବ ତାହା ଏବେ ବି ଆଶଙ୍କାରେ ରହିଛି। ତେଣୁ ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ବିଭାଗ ପକ୍ଷରୁ ପାଠପଢ଼ା ପାଇଁ ଏଭଳ ବିକଳ୍ପ ପ୍ରୟାସ ଆରମ୍ଭ କରାଯାଇଛି। ୨୧ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ୧୦ଟା ୩୦ ଯାଏ ପ୍ରାଥମିକ ଶ୍ରେଣୀର କ୍ଲାସ ହେବ। ସେହିପରି ୨୧ରୁ ଜୁଲାଇ ୩୧ ଯାଏ ସକାଳ ୧୦ଟା ୪୫ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହାଇସ୍କୁଲ ଶ୍ରେଣୀର ପାଠପଢ଼ା ହେବ। ସେପଟେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କହିଛି, ୟୁଟ୍ୟୁବ କିମ୍ବା ଅନଲାଇନ୍‌ ଉପରେ ଅଧିକ ନିର୍ଭର ନ କରି ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ଶିକ୍ଷାଦାନକୁ ସରକାର ଅଧିକ ଗୁରୁତ୍ୱ ଦିଅନ୍ତୁ।

Share