କରୋନା ମୃତକଙ୍କ ପିଲାଙ୍କୁ କିଟ୍‌ ବିଶ୍ୱବିଦ୍ୟାଳୟରେ ମିଳିବ ନିଃଶୁଳ୍କ ଶିକ୍ଷା

ଭୁବନେଶ୍ୱର, ୨୬।୭(ବ୍ୟୁରୋ)-କାରୋନା ମହାମାରୀ ଜନ ଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି। ଏପରିସ୍ଥିତିରେ ଦୁଃଖରେ ଥିବା କାରୋନା ମୃତକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିଟ୍‌ ବିଶ୍ୱବିଦ୍ୟାଳୟ। କାରୋନା ମୃତକଙ୍କ ପିଲାଙ୍କୁ କିଟ୍‌ ବିଶ୍ୱବିଦ୍ୟାଳୟରେ ସମ୍ପୂର୍ଣ ନିଃଶୁଳ୍କ ଶିକ୍ଷା ଦେବ ବୋଲି ରବିବାର ଘୋଷଣା କରାଯାଇଛି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଓଡ଼ିିଶାରେ କାରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର କୌଣସି ପୁଅ ବା ଝିଅ କିଟ୍‌ରେ ବୈଷୟିକ ଉଚ୍ଚ ଶିକ୍ଷା ପାଇଁ ଯଦି ଆଗ୍ରହୀ ଥାଆନ୍ତି, ତେବେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ୍‌ ବିଶ୍‌ବିଦ୍ୟାଳୟରେ ଯେ କୌଣସି ବୈଷୟିକ (ଟେକ୍ନିକାଲ) ଓ ବୃତ୍ତିଗତ (ପ୍ରୋଫେସନାଲ) ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ମାଗଣାରେ ପଢ଼ିବାର ସୁଯୋଗ ଦିଆଯିବ। ଆସନ୍ତା ଦୁଇ ଶିକ୍ଷାବର୍ଷ ୨୦୨୦-୨୧, ୨୦୨୧-୨୨ ବର୍ଷ ପାଇଁ ଏହା ଲାଗୁ ହେବ ବୋଲି କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।

Share