ଅଭିନେତ୍ରୀଙ୍କଠାରୁ ଅଧିକ ପାରିଶ୍ରମିକ ନିଅନ୍ତି ଏହି କୋରିଓଗ୍ରାଫର

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ସମସ୍ତେ ଜାଣନ୍ତି। ସେମାନଙ୍କର କାର୍ଯ୍ୟ, ସୌନ୍ଦର୍ଯ୍ୟ, ଫ୍ୟାଶନକୁ ନେଇ ପ୍ରଶଂସକମାନେ ପାଗଳ। କିନ୍ତୁ ପରଦା ପଛରେ ଯିଏ ତାଙ୍କୁ ଡ୍ୟାନ୍ସ ଶିଖାଇଥାନ୍ତି ତାଙ୍କୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ଏବଂ ତାଙ୍କ ପାରିଶ୍ରମିକ ବିଷୟରେ ମଧ୍ୟ କମ୍‌ ଜାଣିଥାନ୍ତି। ଏହି କୋରିଓଗ୍ରାଫରଙ୍କ ମଧ୍ୟରୁ ଫରାହ ଖାନ୍‌ ଅନ୍ୟତମ। ସେ ଫିଲ୍ମ ନିର୍ଦ୍ଦେଶିକା ମଧ୍ୟ। ସେ ନିଜ କାମ ସହିତ ବଲିଉଡ୍‌ରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଆଜି ଫରାହ ଖାନଙ୍କ ଜନ୍ମଦିନ। ସେ ମହାରାଷ୍ଟ୍ରର ମୁମ୍ବାଇ ସହରରେ ୯ ଜାନୁୟାରୀ ୧୯୬୫ରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ସେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି।
ଫରାହ ଖାନଙ୍କ କୋରିଓଗ୍ରାଫ ହୋଇଥିବା ଗୀତଗୁଡ଼ିକ ବହୁତ ହିଟ୍‌ ହୋଇଥିଲା। ସମସ୍ତେ ତାଙ୍କର କୋରିଓଗ୍ରାଫି ଶୈଳୀକୁ ପସନ୍ଦ କରନ୍ତି। ସେ ଅନେକ ବଡ଼ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। ତେବେ ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ ତାଙ୍କ ରୋଜଗାର ସମ୍ପର୍କରେ କିଛି…

ଏକ ରିପୋର୍ଟ ଅନୁଯାୟୀ, ଫରାହ ଖାନଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୦ ନିୟୁତ ଡଲାର ଅଟେ। ଭାରତୀୟ ମୂଲ୍ୟରେ ଏହାର ମୂଲ୍ୟ ପ୍ରାୟ ୭୫ କୋଟି ଅଟେ। ଏକ ଫିଲ୍ମରେ କୋରିଓଗ୍ରାଫି ପାଇଁ ଫରାହ ୧୦ରୁ ୧୫ କୋଟି ଟଙ୍କା ନେଇଥାନ୍ତି। ଯାହା ଜଣେ ଅଭିନେତ୍ରୀଙ୍କ ରୋଜଗାରଠାରୁ ବହୁତ ଅଧିକ ଅଟେ। ଫିଲ୍ମରେ ଏକ ଗୀତକୁ କୋରିଓଗ୍ରାଫି କରିବା ପାଇଁ ଫରାହ ୨୦ରୁ ୩୦ ଲକ୍ଷ ଟଙ୍କା ନିଅନ୍ତି।

Share