ଅନ୍‌ଲକ-୫ ଗାଇଡଲାଇନ ଜାରି: ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ

ନୂଆଦିଲ୍ଲୀ,୩୦।୯- କେନ୍ଦ୍ର ସରକାର ବୁଧବାର ଅନ୍‌ଲକ-୫ ଗାଇଡଲାଇନ ଜାରି କରିଛନ୍ତି। ସ୍କୁଲ ଖୋଲିବା ସମ୍ପର୍କରେ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେଇପାରିବେ ବୋଲି ଅନୁମତି ଦିଆଯାଇଛି। ସେହିପରି ଅକ୍ଟୋବର ୧୫ରୁ ସିନେମା ହଲ ଓ ଥିଏଟର ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଓ ଥିଏଟର ଚାଲିବ। ଏଥିସହିତ ଅକ୍ଟୋବର ୩୧ ଯାଏ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନରେ ହେବାକୁ ଥିବା ସାମାଜିକ, ରାଜନୀତିକ, ଧାର୍ମିକ ଓ କ୍ରୀଡା କାର୍ଯ୍ୟକ୍ରମରେ ୧୦୦ ଜଣ ଲୋକ ଯୋଗ ଦେଇପାରିବେ।
ସେହିପରି ଖେଳାଳିଙ୍କ ଟ୍ରେନିଂ ଲାଗି ଖୋଲିବ ସୁଇମିଂ ପୁଲ। ସୁଇମିଂ ପୁଲ ଲାଗି ଏସଓପି ନିର୍ଦ୍ଧାରଣ କରିବ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ। ଅକ୍ଟୋବର ୧୫ରୁ ପ୍ରମୋଦ ଉଦ୍ୟାନ ଖୋଲିବା ଲାଗି ଅନୁମତି ଦିଆଯାଇଛି।

Share