Categories: ଫୁରସତ

ଏହି ସହରରେ ରହିଛି ହାର୍ଟ ଆକୃତିର ଟ୍ରାଫିକ୍‌ ସିଗ୍‌ନାଲ ଲାଇଟ୍‌, କାରଣ ଜାଣିଲେ…

ସମସ୍ତଙ୍କ ପାଇଁ ଟ୍ରାଫିକ୍‌ ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟ୍ରାଫିକ୍‌ ସିଗ୍‌ନାଲରେ ଲାଲ୍‌ ଲାଇଟ୍‌ ଦେଖାଯିବା ମାତ୍ରେ ଯାନବାହନ ସବୁ ଅଟକ ଯାଏ। ପରେ ଗ୍ରୀନ୍‌ ସିଗ୍‌ନାଲ ଦେବା ମାତ୍ରେ ଯାନବାହନ ଚଳାଚଳ ଆରମ୍ଭ କରେ।

ରଙ୍ଗ ଏବଂ ସେମାନଙ୍କର ଅର୍ଥ ମଧ୍ୟରେ ପାର୍ଥକ୍ୟ ପ୍ରାୟ ସମସ୍ତେ ଜାଣିଥିବେ। ଆପଣ ଏହା ମଧ୍ୟ ଜାଣିବା ଉଚିତ ଯେ, ଅଧିକାଂଶ ସହରରେ ଟ୍ରାଫିକ୍‌ ଲାଇଟ ଗୋଲାକାର, କିନ୍ତୁ ଆପଣ କେବେ ହାର୍ଟ ଶେପ୍‌ର ଟ୍ରାଫିକ ଲାଇଟ୍‌ ଦେଖିଛନ୍ତି କି? ଯଦି ନା ତେବେ ଏମିତି ଏକ ସହର ଅଛି, ଯେଉଁଠି ଏପରି ଟ୍ରାଫିକ୍‌ ଲାଇଟ୍‌ ଦେଖିବାକୁ ମିଳିଥାଏ। କାରଣ ମଧ୍ୟ ବେଶ୍‌ ହୃଦୟସ୍ପର୍ଶୀ। ଜାଣନ୍ତୁ ସେ ସମ୍ପର୍କରେ…

ଏକ ରିପୋର୍ଟ ଅନୁଯାୟୀ, ଆଇସଲାଣ୍ଡର ସହର ଆକ୍ୟୁରେରିରେ ହାର୍ଟ ବା ହୃଦୟ ଆକୃତିର ଲାଲ୍‌ ଟ୍ରାଫିକ ଲାଇଟ୍‌ ରହିଛି। ଆଇସଲାଣ୍ଡ ଏକ ଶୀତଳ ଦେଶ। ଶୀତ ଋତୁରେ ଏହି ଦେଶ ବରଫର ମରୁଭୂମି ପରି ହୋଇଯାଏ। ୬ ମାସ ପର୍ଯ୍ୟନ୍ତ ଏଠାରେ ଅନ୍ଧାର ରହିଥାଏ ଏବଂ ତାପମାତ୍ରା -୩୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଥାଏ। ଏହି କାରଣରୁ ଅକ୍ଟୋବରରୁ ଏପ୍ରିଲ ପର୍ଯ୍ୟନ୍ତ ଦେଶ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ। ଶୀତର ମୁକାବିଲା ପାଇଁ ଏଠାରେ ବହୁ ଲୋକ ଛୁଟି କଟାଇବା ପାଇଁ ଅନ୍ୟ ଦେଶକୁ ଚାଲିଯାଆନ୍ତି।

ଅନେକ ଥର ଲୋକ ଏବଂ ଦେଶର ଆର୍ଥିକ ଅସ୍ଥିରତା ଯୋଗୁ କିଛି ଲୋକଙ୍କୁ ଦେଶରେ ସମୟ ବିତାଇବାକୁ ପଡ଼େ। ଆଇସଲାଣ୍ଡରେ ଆର୍ଥିକ ସଙ୍କଟ ୨୦୦୮ରେ ହୋଇଥିଲା। ଦେଶର ଅର୍ଥନୈତିକ ଅସ୍ଥିରତା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଆକ୍ୟୁରେରି ସହରର ପୂର୍ବତନ ମେୟର ଏବଂ ପ୍ରଶାସନ ଶୀତ ଦିନରେ ଦେଶରେ ରହି ଯେଉଁମାନେ ବାହାରକୁ ଯାଇପାରିବେ ନାହିଁ ସେମାନଙ୍କ ପ୍ରତି ସମ୍ବେଦନ ଜଣାଇବା ପାଇଁ ଏପରି ନିଷ୍ପତ୍ତି ନେଇଥିଲେ।

୨୦୧୩ରେ ଏକ ସାକ୍ଷାତକାରରେ ପୂର୍ବତନ ମେୟର ଏରିକୁର ବର୍ଜନ ବର୍ଜଭିନ୍‌ସନ କହିଥିଲେ, ଆର୍ଥିକ ସଙ୍କଟ ପରେ ପ୍ରଶାସନ ତାଙ୍କ ସହ ଅଛନ୍ତି, ନାଗରିକମାନେ ହୃଦୟଙ୍ଗମ କରିବେ ଯେ, ପ୍ରେମ ସର୍ବସ୍ବ ନୁହେଁ, ଜୀବନ ଗୁରୁତ୍ୱପୂର୍ଣ୍ଣ ଅଟେ। ଟ୍ରାଫିକ୍‌ ଲାଇଟରେ ହାର୍ଟ ଶେପ୍‌ ବ୍ୟବହାର କରାଯାଇଥିଲା। ଯେତେବେଳେ ଲୋକମାନେ କ୍ରସ୍‌ ଓ୍ବାଲ୍‌ ଏବଂ ଛକ ଦେଇ ଯାଆନ୍ତି, ଏହି ହାର୍ଟକୁ ଦେଖି ସେମାନଙ୍କ ମୁହଁରେ ହସ ଆସିବା ଉଚିତ, ଏହା ହେଉଛି ପ୍ରଶାସନର ଲକ୍ଷ୍ୟ। ଯେତେବେଳେ ଲାଲ୍‌ ଲାଇଟ୍‌ ଥାଏ ସେତେବେଳେ ହାର୍ଟଶେପ୍‌ ଦେଖିବାକୁ ମିଳେ। ତେଣୁ ଗାଡ଼ିଗୁଡ଼ିକ ଅଟକି ଯାଏ।

Share