ସହରରୁ ଉଜୁଡ଼ିଗଲା ସବୁଜିମା

ନବରଙ୍ଗପୁର,୧୭।୫(ସଦାଶିବ ପ୍ରହରାଜ): ଜାତୀୟ ରାଜପଥ କଡ଼ରୁ କଟିଲା ଅତି ପୁରୁଣା ବିରାଟକାୟ ଗଛ। ନବରଙ୍ଗପୁର ସହର ଅସ୍ଥାୟୀ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଗଛ କଟିଲା। କିନ୍ତୁ ଗୋଟିଏ ଗଛ ଲାଗିଲା ନାହିଁ। ଏବେ ସହରବାସୀ ଖରା ଗରମରେ ସିଝୁଛନ୍ତି। ସହରର ଚାରିପାଖରେ ଚାରାରୋପଣ ନ କରି ପାପଡ଼ାହାଣ୍ଡି ବ୍ଲକର ପ୍ରଧାନୀଗୁଡ଼ାରୁ ଝିଟୁକୁଗୁଡା ପର୍ଯ୍ୟନ୍ତ ରାସ୍ତା କଡ଼ରେ ଗଛ ଲଗାଇଲେ, ଯାହାକୁ ଜନସାଧାରଣ ନାପସନ୍ଦ କରିଛନ୍ତି। ସହର ଚାରିପାଖ ଅନେକ ଖାଲି ସ୍ଥାନ ରହିଥିବାବେଳେ ସେଠାରେ ଗଛ ନ ଲଗାଇ ଅନ୍ୟ ବ୍ଲକରେ ଚାରାରୋପଣ ପଛରେ କ’ଣ ରହସ୍ୟ ରହିଛି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।
ନବରଙ୍ଗପୁର ସହର ମଧ୍ୟ ଦେଇ ଜାତୀୟ ରାଜପଥ ୨୬ ଯାଇଛି। ରାସ୍ତା ପ୍ରଶସ୍ତୀକରଣ ନାମରେ ପ୍ରାୟ ଦେଢ଼ ବର୍ଷ ପୂର୍ବେ ରାସ୍ତାର ଉଭୟ ପାଶର୍‌ବରେ ୫୦ରୁ ୧୦୦ ବର୍ଷର ବିରାଟକାୟ ଗଛଗୁଡିକୁ କାଟି ଦିଆଗଲା। ଇନ୍ଦ୍ରାବତୀ ନଦୀ ପୋଲ ନିକଟରୁ ଆର୍‌ଟିଓ ଅଫିସ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱବର୍ତ୍ତୀ ଗଛଗୁଡିକ କଟିଲା। ୫ କିମି ରାସ୍ତାରେ ୮୫୭ ଗଛ କଟାଯାଇଥିଲା। ୧ କିମି ମଧ୍ୟରେ ପ୍ରାୟ ୧୭୦ ଗୋଟି ବିରାଟକାୟ ଗଛ କଟାଗଲା, ଯାହାର ପ୍ରଭାବ ଚଳିତ ଗ୍ରୀଷ୍ମ ଆରମ୍ଭରୁ ସହରବାସୀ ଦେଖିବାକୁ ପାଇଛନ୍ତି। ପ୍ରଥମ ଥର ପାଇଁ ଚୈତ୍ର ମାସରେ ନବରଙ୍ଗପୁର ସହର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲା। ଚୈତ୍ରରେ ଏପରି କେବେ ତାତି ଅନୁଭବ କରିନଥିଲେ ସହରବାସୀ। ପୂର୍ବେ ଯାତ୍ରୀ ହୁଅନ୍ତୁ କିମ୍ବା ସହରବାସୀ, ଖରାଦିନେ ଗଛମୂଳେ ଟିକେ ଆଶ୍ରୟ ନେଉଥିଲେ। ଏବେ ରାସ୍ତା କଡ଼ରେ ନା ରହିଛି ଗଛ ନା ରହିଛି ବିଶ୍ରାମାଗାର। ଯାତ୍ରୀମାନେ ଡହଡହ ଖରାରେ ବିନା ବିଶ୍ରାମରେ ଯିବାଆସିବା କରୁଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ଗଛ କାଟିବା ବଦଳରେ ୨ଟି ଚାରାରୋପଣ କରାଯିବ। ଗଛ କଟାଯିବାର ପ୍ରାୟ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ରାସ୍ତା ଉପରେ ଫୁଟ୍‌ପାଥ କରାଗଲା। ଏବେ ସେହି ଫୁଟ୍‌ପାଥ କାମରେ ଲାଗୁନି। ଫୁଟ୍‌ ପାଥ ଲୋକଙ୍କ ଜବରଦଖଲ ଆଜି ପର୍ଯ୍ୟନ୍ତ ରହିଛି। ଚାରା ରୋପଣକୁ ନେଇ ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାରୁ ଜଣାପଡିଥିଲା କଟାଯାଇଥିବା ଗଛର ୨ ଗୁଣା ଗଛ ପାପଡ଼ାହାଣ୍ଡିରୁ ମଇଦଲପୁର ଜାତୀୟ ରାଜପଥ କଡ଼ ପ୍ରଧାନୀଗୁଡ଼ାରୁ ଝିଟୁକୁଗୁଡ଼ା ପର୍ଯ୍ୟନ୍ତ ଲଗାଯାଇଛି। ଉକ୍ତ ସ୍ଥାନରେ ୧୭୧୮ ଲଗାଯିବା ବନ ଉନ୍ନୟନ ନିଗମ ପକ୍ଷରୁ ସୂଚନା ମିଳିଛି। ଏହାକୁ ନେଇ ସହରବାସୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ସହରର ରାସ୍ତା ପ୍ରଶସ୍ତୀକରଣ ପାଇଁ ୮୫୭ ଗଛ କାଟିବା, ଗୋଲେଇ ମାପିବା, ପରିବହନ ଆଦି ପାଇଁ ଜିଏସ୍‌ଟି ସମେତ ୩୧ ଲକ୍ଷ ୩୨ ହଜାର ୧୮ ଟଙ୍କା ଖର୍ଚ୍ଚ ହେଲା। ୨୫ କ୍ୟୁବିକ ମିଟର, ୧୦ ଷ୍ଟକ ଜାଳେଣି ଆଦି ସଂଗ୍ରହ ହେଲା। ଏହି କାଠ ଓ ଗଣ୍ଡି ବିକ୍ରି ହେଲେ ଜାତୀୟ ରାଜପଥ ବିଭାଗକୁ ୭୫% ଓ ବିଭାଗ ୨୫% ଅର୍ଥ ପାଇବ। ଗଛ କାଟିବା ସମୟରେ ଜିଏସ୍‌ଟି ବାବଦକୁ ୪ ଲକ୍ଷ ୭୭ ହଜାର ୭୭୨ ଟଙ୍କା ରହିଥିବାବେଳେ ବନ ଉନ୍ନୟନ ନିଗମ ୫ ଲକ୍ଷ ୩୦ ହଜାର ୮୭୫ ଟଙ୍କା ପାଇଛି। ୮୫୭ ଗଛ କଟାଯିବା ପରେ ୧୭୧୮ ଚାରା ରୋପଣ ପାଇଁ ୨୪ ଲକ୍ଷ ୭୧ ହଜାର ୨୬୨ ଟଙ୍କା ଖର୍ଚ୍ଚ କରାଯିବ। ୩ ବର୍ଷ ଗଛଗୁଡିକ ରକ୍ଷଣାବେକ୍ଷଣ ପରେ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ନିଗମର ଏମ୍‌ଡି ପିଟର ଟିଗା କହିଛନ୍ତି।
ସେହିଭଳି ରାଜୋଡା-କୋଷାଗୁମୁଡା ରାସ୍ତା ପ୍ରଶସ୍ତୀକରଣ ପାଇଁ ୧୧ ଲକ୍ଷ ୬୦ ହଜାର ୬୭୫ ଟଙ୍କା ବନ ଉନ୍ନୟନ ନିଗମ ରାସ୍ତା ଓ ଗୃହ ନିର୍ମାଣ ବିଭାଗଠାରୁ ପାଇଲେ। ତେବେ ଏକ ବର୍ଷ ବିତିବାକୁ ବସିଲାଣି, ହେଲେ ଗୋଟିଏ ବି ସ୍ଥାନରେ ଗଛଟିଏ ଲାଗିଲା ନାହିଁ। ଏଯାଏ କେଉଁ ସ୍ଥାନରେ ଚାରାରୋପଣ ହେବ, ସେ ନେଇ ଡିଏଫ୍‌ଓ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିନଥିବା ଏମ୍‌ଡି ଟିଗା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅମରପାଲି,୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତର ଘିକୁଣ୍ଡି ଗ୍ରାମରେ ଥିବା ମା’ ମାହେଶ୍ୱରୀ ଗୋ-ସେବାଶ୍ରମକୁ କେତେଜଣ ଦୁର୍ବୃତ୍ତ ଜାଳିଦେବା...

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା

ଅମରପାଲି,୫।୧୦(ପୀତାମ୍ବର ସାହୁ):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଯାମିନି ଷଡଙ୍ଗୀ ସୁବର୍ଣ୍ଣପୁର ଜିଲା ଗସ୍ତ ବେଳେ ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ...

ମା’ ସମଲେଶ୍ବରୀଙ୍କ ଚନ୍ଦ୍ରଘଣ୍ଟା ବେଶ: ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଶନିବାର ମା’ ସମଲେଶ୍ବରୀ ଚନ୍ଦ୍ରଘଣ୍ଟା ବେଶରେ...

ମାସେ ହେଲା ବିନା ଡାକ୍ତରରେ ସେବା

ବ୍ରହ୍ମପୁର,୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି। ଅନେକ ସ୍ବାସ୍ଥ୍ୟକେନ୍ଦ୍ର...

ଡାହାଣୀ ସନ୍ଦେହ: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ରାମଚନ୍ଦ୍ରପୁର,(ଗଣେଶ୍ୱର ସା)/ ଘସିପୁରା( ନିରଞ୍ଜନ ସାହୁ),୫ା୧୦: ଡାହାଣୀ ସନ୍ଦେହ କରି ଭାଉଜଙ୍କୁ ଟାଙ୍ଗିଆ ହାଣି ହତ୍ୟା କଲେ ଦିଅର। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର...

ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ...

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

ଗାଁ ପିଣ୍ଡିରେ ବସି ଲୋକଙ୍କ ଦୁଃଖ ଶୁଣିଲେ ଜିଲାପାଳ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟ ସରକାର ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳରେ ବୁଲି ଲୋକଙ୍କ ଦୁଃଖ ବୁଝିବା ପାଇଁ ଜିଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଉପାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri