ଗଞ୍ଜାମ,୧୩।୧୦(ଡି.ଏନ୍.ଏ.): ଦୁଇଦିନ ହେଲା ଲଘୁଚାପ ଜନିତ ତୁହାକୁ ତୁହା ବର୍ଷାରେ ଗଞ୍ଜାମ ସହର ବେହାଲ ହୋଇପଡିଛି। ଏହା ଦ୍ୱାରା ଲୋକେ ଘରୁ ବାହାରକୁ ବାହାରି ପାରୁ ନ ଥିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ବିଶେଷ କରି ଏହି ବର୍ଷା ଯୋଗୁ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ପ୍ରଭାବିତ ହୋଇଥିବା ଜଣାପଡିଛି। ଅନ୍ୟପଟେ ସୋମବାର ମଧ୍ୟରାତ୍ରରେ ପ୍ରବଳ ପବନ ବହିବା ଦ୍ୱାରା ଗଞ୍ଜାମ ବ୍ଲକ ଓ ଏନ୍ଏସି ଅଞ୍ଚଳରେ ଧାନଗଛଗୁଡିକ ଜମିରେ ଶୋଇ ଯାଇଥିବା ଦେଖିବାକୁ ମିଳିଛି।