ଏକଦା ରାତାରାତି ଭୟରେ ଖାଲି ହୋଇଯାଇଥିଲା ଏହି ସହର

ବିଶ୍ୱରେ ଅନେକ କିଛି ରହସ୍ୟ ଅଛି, ଯାହା ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି ନାହିଁ। ଏପରି ଏକ ରହସ୍ୟ ପୂର୍ଣ୍ଣ ଯାଗା ହେଉଛି ସାଇପ୍ରସର ଭରୋସା ସହର। କିନ୍ତୁ ବର୍ତ୍ତମାନ ଏହି ସହରଟି ଜନଶୂନ୍ୟ ହୋଇଯାଇଛି। ଭରୋସା ଭୂତ ସହର ଭାବରେ ମଧ୍ୟ ଜଣାଶୁଣା।
ଏଠାରେ ବିରାଟ ବିରାଟ କୋଠା ଅଛି, କିନ୍ତୁ କେହି ବାସ କରନ୍ତି ନାହିଁ। ହୋଟେଲ, ଆବାସିକ ଅଟ୍ଟାଳିକାଠାରୁ ଆରମ୍ଭ କରି ସହରର ବାର୍‌ ଏବଂ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁକିଛି ବର୍ତ୍ତମାନ ଧ୍ୱଂସାବଶେଷରେ ପରିଣତ ହେବାକୁ ଯାଉଛି।

ଫାମାଗସ୍ତା ପ୍ରଦେଶର ଭରୋସା ରେ ଏକ ଛୋଟ ଅଞ୍ଚଳକୁ ଛାଡ଼ି ଏଠାରେ ଥିବା ଅଧିକାଂଶ ବେଳାଭୂମି ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ୱେସିଙ୍ଗରେ ବନ୍ଦୀ ହୋଇଥିବା ଏହି ସହରରେ ପ୍ରବେଶ କରିବା ତ ଦୂର କଥା, ଯଦି କେହି ବାହାରୁ ଫଟୋ ଉଠାଇବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଗିରଫ କରାଯାଏ।

୪୫ ବର୍ଷ ପୂର୍ବେ ସହରର ପ୍ରାୟ ୪୦,୦୦୦ ଜନସଂଖ୍ୟା ଥିଲା, କିନ୍ତୁ ୧୯୭୪ ମସିହାରେ, ଭୟ ଯୋଗୁ ସାରା ସହରକୁ ରାତିସାରା ଖାଲି ହୋଇଯାଇଥିଲା। ଏହି ସହର ସହିତ ଲାଗିଥିବା ବାକି ସହରଗୁଡ଼ିକ ଦିନରାତି ଆଲୋକିତ ହୋଇ ରହିଛନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ନିଛାଟିଆ ହୋଇଯାଇଛି।

୧୯୭୪ ଜୁଲାଇ ରେ, ତୁର୍କୀ ସୈନ୍ୟମାନେ ସାଇପ୍ରସ ଉପରେ ଆକ୍ରମଣ କରିଥିଲେ। ଯାହା ପରେ ଭୟ କାରଣରୁ ସମଗ୍ର ସହରରେ ବାସ କରୁଥିବା ଲୋକଙ୍କୁ ଗୋଟିଏ ରାତିରେ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ରହୁଥିବା ଲୋକମାନେ ନିକଟ ସହରରେ ଯାଇ ଆଶ୍ରୟ ନେଇଥିଲେ।

Share