Categories: ଜାତୀୟ

ଟ୍ରେନ୍‌ ଦୁର୍ଘଟଣାରେ ପୀଡିତଙ୍କ କ୍ଲେମ ନିଜେ ସାମଧାନ କରିବେ ଇନସ୍ୟୁରାନ୍ସ କମ୍ପାନି

ନୂଆଦିଲ୍ଲୀ,୫।୬: ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ପୀଡିତାଙ୍କ ବୀମା କ୍ଲେମକୁ ତତ୍ପରତା ସହ ଶୀଘ୍ର ସାରିବା ପାଇଁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ବୀମା କମ୍ପାନିଗୁଡିକୁ ନିର୍ଦ୍ଦେଶ ଜାରି କରିଛି । ବୀମା ନିୟାମକ ବୀମା କମ୍ପାନିଗୁଡିକୁ କହିଛି ଯେ, ଓଡ଼ିଶା ଟ୍ରେନ ଦୁର୍ଘଟଣାରେ ପୀଡିତଙ୍କ ଇନସ୍ୟୁରାନ୍ସ କ୍ଲେମର ନିଜେ ସମାଧାନ କରିବେ ।
ବୀମା ରାଶି ପୈଠ କରିବା ପାଇଁ ପ୍ରଶାସନଠାରୁ ମୃତକ କିମ୍ବା ଆହତଙ୍କ ସୂଚୀ ଶୀଘ୍ର ହାସଲ କରିବା ପାଇଁ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକେ ବ୍ୟକ୍ତି କିମ୍ବା ଆହତଙ୍କ ପରିଜନ ବୀମା କ୍ଲେମ ପାଇବାରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ବୀମା ନିୟାମକ କଡ଼ା ନିର୍ଦ୍ଦେଶ ଦେଇଛି । ଏଥିପାଇଁ ପୀଡିତଙ୍କ କ୍ଲେମକୁ କମ୍ପାନିଗୁଡିକ ସ୍ବତଃ ସମାଧାନ କରିବେ ବୋଲି କୁହାଯାଇଛି ।
Share