ମାତୃକା ଗୀତ ଆଧାରରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା

ଡ. କୀର୍ତ୍ତନ ନାରାୟଣ ପାଢ଼ୀ

 

ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଆ ଭାଷା ଅନୂ୍ୟନ ଖ୍ରୀ.ପୂ. ୫ମ ଶତାବ୍ଦୀ ବେଳକୁ ଶାସ୍ତ୍ରୀୟ ହୋଇ ସାରିଥିଲାି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଛି, କିନ୍ତୁ ଓଡ଼ିଶୀ ସଙ୍ଗୀତକୁ କେବଳ ରାଜ୍ୟ ସରକାର ମାନ୍ୟତା ଦେଇଛନ୍ତି, ଯାହା ଏ ଯାବତ ସର୍ବଭାରତରେ ସ୍ବୀକୃତ ହୋଇନାହିଁ । ଓଡ଼ିଶୀ ଗୀତରେ ପ୍ରଚଳିତ ମାତୃକା ପ୍ରବନ୍ଧର ଗୁଣ-ଲକ୍ଷଣକୁ ଅନୁଧ୍ୟାନ କଲେ ସମ୍ପୂର୍ଣ୍ଣ ହୃଦ୍‌ବୋଧ ହୁଏ ଯେ ଓଡ଼ିଆ ଭାଷା ଓ ଓଡ଼ିଶୀ ସଙ୍ଗୀତ ଉଭୟ ଶାସ୍ତ୍ରୀୟି। ଏଠାରେ ମାତୃକା ପ୍ରବନ୍ଧ ବିଷୟରେ ଆଲୋଚନା କରାଯାଇ ପ୍ରତିପାଦିତ କରିବା ପାଇଁ ପ୍ରଚେଷ୍ଟା କରାଯାଉଛି ଯେ ଓଡ଼ିଆ ଭାଷା ଏବଂ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ଅଟେି।
ଓଡ଼ିଶୀ ସଙ୍ଗୀତରେ ନିବଦ୍ଧ ଗୀତ ବା ପ୍ରବନ୍ଧ ଗାନ ତିନିଟି ଭେଦରେ ବିଭକ୍ତ, ଯଥା – (୧) ଶୁଦ୍ଧ ପ୍ରବନ୍ଧ, (୨) ଛାୟାଲଗ(ଛାୟା ମାତ୍ରାଶ୍ରୟା ବା ଛାୟା ମାତ୍ରାନୁଗା) ବା ସୂଡ଼ ବା ପଡ଼ିପ୍ରବନ୍ଧ ଓ (୩) କ୍ଷୁଦ୍ର ପ୍ରବନ୍ଧ ବା କ୍ଷୁଦ୍ରଗୀତି। ଓଡ଼ିଶୀରେ ଅଦ୍ୟାବଧି ବହୁଳ ପ୍ରଚଳିତ ଥିବା ମାତୃକା ପ୍ରବନ୍ଧ (ଷୋଡ଼ଶା, ଚଉତିଶା, ଅ-କ୍ଷମୟୀ, କୋଇଲି ଇତ୍ୟାଦି) ହେଉଛି ସର୍ବୋତ୍ତମ ଶୁଦ୍ଧ ପ୍ରବନ୍ଧର ଏକପ୍ରକାର ଭେଦି। ଏଥିରେ ପ୍ରତ୍ୟେକ ପାଦର ବା ପଦର ଆଦ୍ୟ ଅକ୍ଷରଟି ଅ-ଆ, ଇତ୍ୟାଦି ୧୬ଟି ସ୍ବରବର୍ଣ୍ଣ ଗୋଟିଏ ପରେ ଗୋଟିଏ, କିମ୍ବା କ-ଖ ଇତ୍ୟାଦି ୩୪ଟି ବ୍ୟଞ୍ଜନ ବର୍ଣ୍ଣ ଗୋଟିଏ ପରେ ଆଉ ଗୋଟିଏ ଥିଲେ, ଏଭଳି ରଚନା ଓଡ଼ିଆ ଭାଷା-ସାହିତ୍ୟର ଚମତ୍କାରିତା ପ୍ରତିପାଦନ କରେ ଓ ରାଗ-ତାଳରେ ଆଧାରିତ ହୋଇ ଗାନ ହେଲେ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତାକୁ ପ୍ରମାଣିତ କରେି।
ମାତୃକା ପ୍ରବନ୍ଧ ସମ୍ବନ୍ଧରେ ‘ବୃହଦ୍ଦେଶୀ’ ଗ୍ରନ୍ଥର ସମ୍ପାଦିକା ପ୍ରେମଲତା ଶର୍ମା ଉଚିତ ଭାବରେ ମନ୍ତବ୍ୟ ଦେଇଛନ୍ତି- Each section of the text of the song begins with a letter in the order of the alphabet. Such compositions are still known in Odissi Music. The solfa syllables are so arranged as to become meaningful units. (Bruhaddeshi, P. 320)
ମାତୃକାରୁ ଉପତ୍ନ୍ନ ବର୍ଣ୍ଣ ଦୁଇପ୍ରକାର, ଯଥା-ସ୍ବର ଓ ବ୍ୟଞ୍ଜନ, ଯାହାକୁ ଜଗତଜ୍ୟୋତି ବୋଲି କହନ୍ତିି। ‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ସମସ୍ତ ବ୍ୟଞ୍ଜନ ବର୍ଣ୍ଣ ଦେଶ ଭାଷାରେ ଅର୍ଥାତ୍‌ ଲୋକମାନଙ୍କ ଭାଷାରେ ବା ବିଭିନ୍ନ ଆଞ୍ଚଳିକ ଭାଷାରେ ସ୍ବରବର୍ଣ୍ଣ ସହିତ ଉଚ୍ଚାରିତ ହୁଏି। ଏଠାରେ ସ୍ବର କହିଲେ ସଙ୍ଗୀତର ଷଡ଼୍‌ଜ, ଋଷଭ ଇତ୍ୟାଦି(ସପ୍ତ) ସ୍ବର ଏବଂ ଭାଷାର ଅ, ଆ ଇତ୍ୟାଦି (ଷୋଡ଼ଶ) ସ୍ବରକୁ ବୁଝାଏି। ‘କ’ ଇତ୍ୟାଦି ବ୍ୟଞ୍ଜନର ସମସ୍ତ ବର୍ଗ (ସପ୍ତବର୍ଗ : ‘କ’ – ଆଦି, ‘ଚ’ – ଆଦି, ‘ଟ’ – ଆଦି, ‘ତ’ – ଆଦି, ‘ପ’ – ଆଦି, ‘ଅ’ – ଆଦି (‘ଅ’ ଠାରୁ ବିସର୍ଗ) ବା ସ୍ବରବର୍ଗ ଓ ‘ଯା’- ଆଦି (ଯ, ର, ଲ/ଳ, ବ, ଶ, ଷ, ସ, ହ, କ୍ଷ) ଶକ୍ତି (ସ୍ବର) ସହଯୋଗରେ ଶିବତ୍ୱ ପ୍ରାପ୍ତ ହୁଏି। ସଙ୍ଗୀତର ସ୍ବରବର୍ଣ୍ଣର ବର୍ଗକୁ ସା-ଆଦି (ସାରିଗାମା ପାଧାନି)କୁ ମିଶାଇଲେ ଆଠଟି ବର୍ଗ ହେବି। ଏଠାରେ ବର୍ଣ୍ଣ କହିବାର ତାତ୍ପର୍ଯ୍ୟ ହେଲା ଏଗୁଡ଼ିକ ନିଜର ସ୍ବରୂପ ଅର୍ଥାତ୍‌ ପଦ-ବାକ୍ୟ ମାଧ୍ୟମରେ ବାକ୍ୟର ଅର୍ଥ ପ୍ରକାଶ କରି ଜଗତକୁ ବର୍ଣ୍ଣିତ କରନ୍ତିି। ବର୍ଣ୍ଣ ଦ୍ୱାରା ପଦ ସିଦ୍ଧ ହୁଏି। କ୍ରିୟା ଓ କାରକ ଯୁକ୍ତ ହୋଇ ପଦ ବାକ୍ୟରେ ପରିଣତ ହୁଏି। ବାକ୍ୟରୁ ମହାକାବ୍ୟ ଓ ମହାବାକ୍ୟରୁ ବେଦ ଓ ତାହାର ଅଙ୍ଗଗୁଡ଼ିକ (ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ, ଜ୍ୟୋତିଷ) ଜାତ ହୁଏି। ଧ୍ୱନିର ଏହିସବୁ ବ୍ୟକ୍ତ ରୂପରୁ ଗାନ୍ଧର୍ବ (ସଙ୍ଗୀତ) ସମ୍ଭବ ହୁଏି।
ନାରଦଙ୍କ ସହ କଥୋପକଥନକୁ ଆଧାର କରି ମତଙ୍ଗ ମୁନି ତାଙ୍କ ‘ବୃହଦ୍ଦେଶୀ’ରେ ଉଲ୍ଲେଖ କରିଛନ୍ତି –
ବର୍ଣ୍ଣାସ୍ତୁ ମାତୃକୋଦ୍ଭୂତା ମାତୃକା ଦ୍ୱିବିଧା ମତାଃ।
ସ୍ବର-ବ୍ୟଞ୍ଜନ ରୂପେଣ ଜଗଜ୍ଜୋତିରିହୋଚ୍ୟତେ॥
ଓଡ଼ିଶାର ସଙ୍ଗୀତ ଶାସ୍ତ୍ରୀ ରଘୁନାଥ ରଥଙ୍କ ‘ନାଟ୍ୟମନୋରମା’ରେ ମଧ୍ୟ ମାତୃକା ପ୍ରବନ୍ଧ ସମ୍ପର୍କରେ ଉଲ୍ଲେଖ ଅଛି। କୃଷ୍ଣଦାସ ବଡ଼ଜେନା ମହାପାତ୍ରଙ୍କ ‘ଗୀତ ପ୍ରକାଶ’ରେ ପାଣିନୀ ଏବଂ ଅନ୍ୟାନ୍ୟ ବ୍ୟାକରଣକାରମାନେ ଗୌଡ଼ୀ, ଦ୍ରାବିଡ଼ୀ, କର୍ଣ୍ଣାଟ, ତିବ୍ବତ, ନେପାଳ, କାମରୂପ ପ୍ରଭୃତି ଅଞ୍ଚଳରେ ସଂସ୍କୃତ ଓ ପ୍ରାକୃତ ଭାଷାରେ ଏହାର ଉଲ୍ଲେଖ ଅଛି –
ମତଙ୍ଗ ମୁନି ତାଙ୍କ ‘ବୃହଦ୍ଦେଶୀ’ରେ ଗୀତର କେତେକ ଦୋଷ ଦର୍ଶାଇଛନ୍ତି, ଯାହାକି ଶାସ୍ତ୍ରୀୟ ଗୀତରେ ରହିବା ଉଚିତ ନୁହେଁି। ସେଗୁଡ଼ିକ ମୁଖ୍ୟତଃ ଭାଷାଗତ ପଦର ଦୋଷ ଅଟେି।
ଲୋକମାନଙ୍କ ବ୍ୟବହାରରେ ଓ ଶାସ୍ତ୍ର ମତରେ ଯାହା ଦୋଷାବହ ତାହା ବର୍ଜନୀୟ ଅଟେି। ଗାନ ବେଳେ ପୁନରୁକ୍ତି କରିବା, ଛନ୍ଦ ଭଙ୍ଗ କରିବା, ଅଶ୍ଳୀଳ ବା ଅଶୋଭନୀୟ(ଶବ୍ଦ) ବ୍ୟବହାର କରିବା, ଶବ୍ଦକ୍ରମ ରକ୍ଷା ନ କରିବା, ଅର୍ଥହୀନ ଓ ସନ୍ଦିଗ୍ଧ ଅର୍ଥ ପ୍ରକାଶକ ପଦର ପ୍ରୟୋଗ କରିବା, କଳାବାହ୍ୟ ଅର୍ଥାତ୍‌ ହ୍ରସ୍ବ -ଦୀର୍ଘ, ଲଘୁ-ଗୁରୁ ଇତ୍ୟାଦି ନିୟମ ନ ମାନିବା ଇତ୍ୟାଦି ଶାସ୍ତ୍ରୀୟ ଗୀତ ଗାନରେ ଦୋଷାବହ ଅଟେି।
ଶାର୍ଦ୍ଦୁଳ କେବଳ ଭାଷା ଗୀତି, କାଶ୍ୟପ ଭାଷା ଓ ବିଭାଷା ଗୀତି ଏବଂ ଯଷ୍ଟିକ ଭାଷା ଗୀତି, ବିଭାଷା ଗୀତି ଓ ଅନ୍ତର ଭାଷା ଗୀତିର ବର୍ଣ୍ଣନା କରିଛନ୍ତିି।
ଗୀତି ବିଚକ୍ଷଣମାନଙ୍କ ମତରେ ଭାଷାଗୀତିର ପ୍ରୟୋଗ ମାନବ ଗାତ୍ରରୁ (କଣ୍ଠସ୍ବରରୁ) ହୋଇ ମସୃଣ, କାକୁଯୁକ୍ତ ଆପାତ ସୁନ୍ଦର, ସୁସଂଯୋଜିତ, କମ୍ପିତ, କୋମଳ, ଦୀପ୍ତ, ମାଳବିକାକୁ ସମ୍ମିଳିତ, ଲଳିତ ଓ ସୁକୁମାର ହୁଏ ତଥା ଏପରି ଢଙ୍ଗରେ ପରିବେଷିତ ହୁଏ ଯେପରିକି ଜନମନ ରଞ୍ଜନ କରିପାରିବି।
ବିଭାଷା ଗୀତିରେ ଗୀତ ଲଳିତ (ଆକର୍ଷକ) ହୋଇ ଭିନ୍ନ ଭିନ୍ନ ପ୍ରକାରରେ ହୁଏି। ଏହା ଦୀପ୍ତ ଓ କମ୍ପିତ ହୁଏ, ସମତା ରକ୍ଷାକରେ, ଊରସ୍ଥଳରୁ ନିର୍ଗତ ହୋଇ ଉଚ୍ଚ ଓ ଅତ୍ୟୁଚ୍ଚ ହୁଏ, ମସୃଣ ହେବା ସହିତ ମଧ୍ୟମ(ସ୍ବର) ଦୀପ୍ତ ହୁଏ, ଗମକଯୁକ୍ତ ହୁଏ, କର୍ଣ୍ଣକୁ ସୁଖ ଦିଏ, ଲଳିତ (ମଧୁର) ହୁଏ, ସ୍ବତଃ ପ୍ରବୃତ୍ତ ହୁଏ, ସର୍ବୋପରି ଜନମନକୁ ରଞ୍ଜନ କରେି।
ଗ୍ରାମରାଗର ଲକ୍ଷଣ ବିଷୟରେ କହିସାରି ଭାଷା(ରାଗ) ବିଷୟରେ କହୁଛି। ଭାଷା(ରାଗ) ୪ ପ୍ରକାର ଅଟେ, ଯଥା – ମୂଳା, ସଂକୀର୍ଣ୍ଣା, ଦେଶଜା ଓ ଛାୟାମାତ୍ରାଶ୍ରୟାି। ଏଠାରେ ମୂଳା କହିଲେ ମୁଖ୍ୟ ବା ସଂସ୍କୃତ, ସଂକୀର୍ଣ୍ଣା କହିଲେ ସଂସ୍କୃତ ମିଶ୍ରିତ ବା ପ୍ରାକୃତ, ଦେଶଜା କହିଲେ ଦେଶୀ, ଦେଶଗତ ବା ବିଭାଷା ଓ ଛାୟାମାତ୍ରାଶ୍ରୟା ବା ଛାୟାମାତ୍ରାନୁଗା କହିଲେ ଦେଶଭାଷା, ଦେଶୀ ବା ବିଭାଷାର ଛାୟାଶ୍ରିତ ଅନ୍ତର ଭାଷାକୁ ବୁଝାଉଛିି। ଏ ସମ୍ବନ୍ଧରେ ‘ବୃହଦ୍ଦେଶୀ’ ଗ୍ରନ୍ଥର ସମ୍ପାଦିକା ପ୍ରେମଲତା ଶର୍ମା ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି –
Bhasa-Vibhasa -Antara bhasa is a tried devised for grouping varieties of gramaragas on the model of grouping of dialects and subdialects of languages. Vibhasa and Antara bhasa are the sub-varieties of Bhasa and Vibhasa respectively. Bhasas are considered to be in no way inferior to gramaragas. (ibid, p.310)
ମୋ : ୯୪୩୭୨୦୪୯୮୪