ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଦୁର୍ଗନ୍ଧରେ ଫାଟି ପଡୁଛି ନାକ

ଦେବଗଡ଼,୧୨ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ବକେୟା ଥିବା ଇପିଏଫ୍‌ ଟଙ୍କା ପ୍ରଦାନ ଦାବିରେ ସେମାନେ ଏହି ଆନ୍ଦୋଳନ କରିଛନ୍ତି। ଫଳରେ ସହର ଭିତରେ କୁଢ଼କୁଢ଼ ଆବର୍ଜନା ପଡ଼ିରହିଛି। ତୁରନ୍ତ ସଫା କରିବା ପାଇଁ ଦାବି କରିଛି ଗଣେଶ ମେଳା କମିଟି। ପୂଜାମଣ୍ଡପ ପାଖରେ ଧାରଣାରେ ବସିଛନ୍ତି ଗଣେଶ ମେଳା କମିଟିର ବହୁ ସଦସ୍ୟ। ଦେବଗଡ଼ ପ୍ରସିଦ୍ଧ ଗଣେଶ ମେଳା ବେଳେ ଏଭଳି ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।