ମୃତ୍ୟୁପ୍ରମାଣପତ୍ର ଦେବାକୁ ବି ଲାଞ୍ଚ ମାଗିଲେ କିରାଣୀ, ଏକାଥରେ ଥାନାରେ

ଖୋର୍ଦ୍ଧା ଅଫିସ,୨।୮: ଖୋର୍ଦ୍ଧା ଥାନା ଅନ୍ତର୍ଗତ ହଳଦିଆ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀ ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରାଇଦେବାକୁ କହି ୫ହଜାର ଟଙ୍କା ଲାଞ୍ଚ ନେବାବେଳେସେ ଭିଜିଲାନ୍ସ ହାତରେ ଧରାପଡିଥିଲେ।
ସୂଚନା ଅନୁଯାୟୀ, ଚମ୍ପାଝର ଗ୍ରାମର ସୁନିଲ ତ୍ରିପାଠୀ ତାଙ୍କ ଜେଜେ ବାପା ଓ ଜେଜେ ମାଙ୍କ ମୃତ ପ୍ରମାଣ ପତ୍ର ପାଇଁ ହଳଦିଆ ସାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ ଶତପଥୀଙ୍କୁ କହିଥିଲେ। ମୃତ୍ୟୁପ୍ରମାଣପତ୍ର କରାଇଦେବା ବାବଦକୁ ସେ ୬ ହଜାର ଲାଞ୍ଚ ମାଗିଥିଲେ। କାର୍ଯ୍ୟାଳୟରେ ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଖବର ପାଇ ଖୋର୍ଦ୍ଧା ଭିଜିଲାନ୍ସ ଟିମ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

Share