ଲାଞ୍ଚ ନେଇ ଧରାପଡ଼ିଲେ କିରାଣି

ସୋନପୁର,୨୧ା୫(ନି.ପ୍ର.): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହାରୀ ପୋଢ଼। ଏରିଅର ବିଲ୍‌ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି।

ସୂଚନାନୁଯାୟୀ, ଉଲୁଣ୍ଡା ବ୍ଲକ ସିଣ୍ଢଲ ପ୍ରାଣୀଧନ ନିରୀକ୍ଷକ ନାରାୟଣ ମେହେରଙ୍କ ଛୁଟି ଟଙ୍କା ମଞ୍ଜୁରି କାଗଜପତ୍ର ପ୍ରସ୍ତୁତ ପାଇଁ ଗୋଲକ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ରବିବାର ସକାଳେ ସିଡିଭିଓ କାର୍ଯ୍ୟାଳୟ ପରିସରରେ ଥିବା ସରକାରୀ କ୍ୱାର୍ଟର୍ସରେ ନାରାୟଣ ୧୫ ହଜାର ଟଙ୍କା ଲାଞ୍ଚ ଗୋଲକଙ୍କୁ ଦେଇଥିଲେ। ଏହାପରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଗୋଲକଙ୍କୁ ଗିରଫ କରିଛି।

ସିଡିଭିଓ କାର୍ଯ୍ୟାଳୟରେ ଗୋଲକ ଡେପୁଟେଶନରେ କାର୍ଯ୍ୟ କରୁଛନ୍ତି। ତାଙ୍କଠାରୁ ୧୫ ହଜାର ଟଙ୍କା ଜବତ କରାଯିବା ସହ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

Share