Categories: ବାଣିଜ୍ୟ

ଚାଲୁ ହେବ ବନ୍ଦ ଏଲ୍‌ଆଇସି ପଲିସି

ନୂଆଦିଲ୍ଲୀ, ୨୪ ।୮ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ପଲିସି ବନ୍ଦ ହୋଇଯାଇଥିଲେ ଉପଭୋକ୍ତା ଏହାକୁ ପୁଣି ଥରେ ଚାଲୁ କରିପାରିବେ। ଅକ୍ଟୋବର ୨୨ ଯାଏ ଏଥିଲାଗି ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏଥିଲାଗି ଲେଟ୍‌ ଫିସରେ ମଧ୍ୟ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ। ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ପୂର୍ବରୁ ମଧ୍ୟ ଏଭଳି ଅଭିଯାନ ଗ୍ରହଣ କରାଯାଇଥିବା ଏଲ୍‌ଆଇସି ପକ୍ଷରୁ ସୂଚନା ମିଳିଛି। କରୋନା ସମୟରେ ରିସ୍କ କଭର ଲୋକଙ୍କ ଲାଗି ଜରୁରୀ ହୋଇଥିବା ବେଳେ କୌଣସି କାରଣ ଲାଗି ଯଦି ଗ୍ରାହକଙ୍କ ପଲିସି ବନ୍ଦ ହୋଇଯାଇଥାଏ ଏହାକୁ ପୁଣି ଥରେ ଚାଲୁ କରିବା ଲାଗି ସୁଯୋଗ ଦିଆଯାଉଛି। ଏଥିଲାଗି ମୋଟ ପ୍ରିମିୟମ କ୍ଷେତ୍ରରେ ମଧ୍ୟ ରିହାତି ପ୍ରଦାନ କରାଯିବ। କମ୍ପାନୀ ଏହାର ସ୍ବତନ୍ତ୍ର ପଲିସି ରିଭାଇଭାଲରେ ୫ ବର୍ଷରୁ କମ୍‌ ସମୟ ଅବଧିର ପଲିସିଗୁଡିକୁ ଚାଲୁ କରିବା ଲାଗି ମଧ୍ୟ ସୁଯୋଗ ଦେବ। ପଲିସି ପ୍ରିମିୟମ କ୍ଷେତ୍ରରେ ୨୦ରୁ ୩୦% ଯାଏ ରିହାତି ମିଳିପାରେ। ଅଧିକ ବିବରଣୀ ଲାଗି ଗ୍ରାହକ କମ୍ପାନୀର କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ।

Share