Advertisement

NEET ଟପ୍ପର ସୋଏବ୍‌ଙ୍କ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍‌ଇଇଟି(NEET) ଟପ୍ପର ସୋଏବ ଅଫତାବଙ୍କ ସହ ଫୋନରେ ରବିବାର କଥା ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସୋଏବଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସୋଏବ୍‌ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ସର୍ବଭାରତୀୟ NEET ପ୍ରବେଶିକା ପରୀକ୍ଷାରେ ରାଉରକେଲାର ସୋଏବ୍‌ ଅଫତାବ ୭୨୦ରୁ ୭୨୦ ମାର୍କ ରଖି ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସରେ ଟପ୍ପର ହେବାରେ ସୋଏବ ହେଉଛନ୍ତି ଓଡ଼ିଶାର ପ୍ରଥମ ଛାତ୍ର। ସେ ରାଉରକେଲା ଆଜାଦ ମହଲାରେ ରହୁଥିବା ମହମ୍ମଦ ଆବାସଙ୍କ ପୁଅ। ସୋଏବ୍‌ ରାଉରକେଲା ଡିସୁଜା ସ୍କୁଲରେ ପଢୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share