କଟକ ଅଫିସ,୧୯ା୪- କଟକ ମହାନଗର ନିଗମ(ସିଏମ୍ସି) ଡେପୁଟି ମେୟର ଦମୟନ୍ତୀ ମାଝି ରେଭେନ୍ଶା ବିଶ୍ୱବିଦ୍ୟାଳୟର ଏମ.କମ ଦ୍ୱିତୀୟ ବର୍ଷର ଛାତ୍ରୀ। ସାଧାରଣ ଯୁବତୀରୁ ଡେପୁଟି ମେୟର ହେବା ପରେ ତାଙ୍କ ଜୀବନଶୈଳୀ ବଦଳିଛି। ମଙ୍ଗଳବାର ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବସି ପାଠ ପଢିଛନ୍ତି। ବ୍ୟସ୍ଥତା ମଧ୍ୟରେ ଥାଇ ମଧ୍ୟ ସେ ପାଠ ପଢା ପାଇଁ ସେ ସଂକଳ୍ପବଦ୍ଧ। ଏଥିପାଇଁ ସେ ସମୟ ବାହାର କରି ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିବା ଦେଖାଯାଇଛି। ପୂର୍ବରୁ ଖରାବର୍ଷାରେ ଚାଲି ଚାଲି ବିଶ୍ୱବିଦ୍ୟାଳୟକୁ ଆସୁଥିବାବେଳେ ମଙ୍ଗଳବାର ଡେପୁଟି ମେୟର ଗାଡିରେ ଆସିଥିଲେ। ପାଠପଢା ସହ ଲୋକଙ୍କୁ ସାହାଯ୍ୟ କରିପାରିଲେ ଖୁସି ଲାଗିବ ବୋଲି ଦମୟନ୍ତୀ କହିଛନ୍ତି।