Categories: ଖେଳ

କୋଚଙ୍କ ଭବିଷ୍ୟବାଣୀ ହେଲା ସତ

ଆଣ୍ଟିଗୁଆ,୩।୨: ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର -୧୯ ବିଶ୍ୱକପ୍‌ ସେମିଫାଇନାଲର ଗୋଟିଏ ଦିନ ପୂର୍ବରୁ ୟଶ ଧୁଲଙ୍କୁ ଦିଲ୍ଲୀର ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଏବଂ ଉନ୍ମୁକ ଚାନ୍ଦଙ୍କ ବିଷୟରେ ମନେ ପକାଇ ଦିଆଯାଇଥିଲା। କାରଣ ଏହି ଦୁଇ ଖେଳାଳି ୟଶଙ୍କ ପରି ଅଣ୍ଡର -୧୯ ବିଶ୍ୱକପରେ ଭାରତର ଅଧିନାୟକତ୍ୱ କରିଥିଲେ ଏବଂ ଦଳ ଚାମ୍ପିୟନ ହୋଇଥିଲେ। ୟଶ ଏବେ ସେମିଫାଇନାଲରେ ଶତକ ମାରି ନିକଜ ବିରାଟ ଏବଂ ଚାନ୍ଦଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ପ୍ରମାଣ କରିଥିଲେ।
ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଭାରତ ୩୭ ରନରେ ଦୁଇଟି ଉଇକେଟ ହରାଇବା ପରେ ୟଶ ବ୍ୟାଟିଂ କରିବାକୁ ଆସିିଥିଲେ। ସେମିଫାଇନାଲରେ ଅଷ୍ଟ୍ରେଲିଆ ଭଳି ଏକ ଶକ୍ତିଶାଳୀ ଦଳ ଆଗରେ ଯେକୌଣସି ଖେଳାଳି ମାନସିକ ସ୍ତରରେ ଦୃଢ ହେବା ଆବଶ୍ୟକ ଏବଂ ୟଶ ୧୧୦ ବଲରୁ ୧୦୦ ରନ୍‌ ଇନିଂସ ଖେଳି ନିଜକୁ ପ୍ରମାଣିତ କରିଥିଲେ। ଶତକ ସ୍କୋର କରି ୟଶ ତାଙ୍କ କୋଚଙ୍କ ଭବିଷ୍ୟବାଣୀ ସତ କରିଛନ୍ତି।
ଭାରତୀୟ ଦଳ ଅଣ୍ଡର -୧୯ ବିଶ୍ୱକପକୁ ଯିବା ପୂର୍ବରୁ କୋଚ ପ୍ରଦୀପ କୋଚର କହିଥିଲେ, ୟଶ ନିଜ ଉପରେ ଚାପ ପକାଇବାକୁ ଦିଅନ୍ତି ନାହିଁ। ସେ ବୁଦ୍ଧିମାନ, ଶାନ୍ତ ଏବଂ ନିଜ ଭାବନାକୁ କିପରି ଭଲ ଭାବରେ ନିୟନ୍ତ୍ରଣ କରିବେ ଜାଣନ୍ତି। ଆଜିକାଲି ଯୁବ ଖେଳାଳିମାନେ ଆଶାର ଭାର ସମ୍ଭାଳିବା କଷ୍ଟକର ହୋଇପଡନ୍ତ। କିନ୍ତୁ ୟଶ ଏକ ବ୍ୟତିକ୍ରମ। ସେ ଚାପକୁ ତାଙ୍କ ନିକଟକୁ ଯିବାକୁ ଦିଅନ୍ତି ନାହିଁ ଏବଂ ଅନ୍ୟମାନଙ୍କ ତୁଳନାରେ ଦୁଇଗୁଣ ପରିଶ୍ରମ କରିବାକୁ ସର୍ବଦା ପ୍ରସ୍ତୁତ ଥାନ୍ତି। ସେ ଭାରତକୁ ଫାଇନାଲରେ ପହଞ୍ଚାଇବେ ବୋଲି କହିଥିଲେ। ଶେଷରେ ତାହା ସତ ହୋଇ। ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।

Share