ଖୁବ୍‌ ଶୀଘ୍ର ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହେବ ଆଚରଣ ବିଧି

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଭାରତୀୟ ସମ୍ବିଧାନର ୨୪୩-କେ ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ କରାଯାଉଛି। ଏହା ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ନିର୍ବାଚନର ଫଳାଫଳ ଘୋଷଣା ହେବା ଯାଏ କାର୍ଯ୍ୟକାରୀ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଯେ କୌଣସି ସମୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ। ବିଜ୍ଞପ୍ତି ଜାରି ହେବା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଗଣତି ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବ ଆଦର୍ଶ ଆଚରଣ ବିଧି। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯିବ । ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ । ବିଶେଷ କରି ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ବିଶେଷ ଦୃଷ୍ଟି ଦିଆଯିବ ।

Share