ବଢୁଛି କଫି କ୍ରେଜ୍‌

ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟ ମଧ୍ୟରୁ କଫି ଅନ୍ୟତମ। କଫି ପ୍ରେମୀମାନେ ଦୁନିଆର ପ୍ରତ୍ୟେକ କୋଣରେ ଦେଖିବାକୁ ମିଳେ। ଭାରତ ଭଳି ଦେଶରେ କଫି ଏବଂ ଚା’ ବିନା ସକାଳ ଆରମ୍ଭ ଯେମିତି ହୁଏ ନାହିଁ। ପ୍ରତିବର୍ଷ ଅକ୍ଟୋବର ୧ରେ ଆନ୍ତର୍ଜାତୀୟ କଫି ଦିବସ ପାଳନ କରାଯାଏ। ନିକଟରେ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ବର୍ତ୍ତମାନ କଫିର ଚାହିଦା ବଢିବାରେ ଲାଗିଛି।

ଗତ କିଛି ବର୍ଷ ମଧ୍ୟରେ, କଫି ପିଇବାର କ୍ରେଜ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଭାରତରେ କଫି ପିଇବା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ ଭାରତରେ କଫି ଚାଷ ପୂର୍ବ ତୁଳନାରେ ବହୁଗୁଣ ବୃଦ୍ଧି ପାଇଛି। ସୂଚନାନୁସାରେ, ଭାରତରେ ଘରୋଇ କଫି ଉତ୍ପାଦନ ୫ରୁ ୬ ପ୍ରତିଶତ ବୃଦ୍ଧି ପାଇଛି। କୁହାଯାଏ ପେଟ୍ରୋଲିୟମ ପରେ ସାରା ବିଶ୍ୱରେ କଫିର ଚାହିଦା ଅଧିକ।