Advertisement

ଜି. ଉଦୟଗିରିରେ ଜାରି ରହିଛି ଶୀତ ଲହର, ଘରୁ ବାହାରିବା ସୁସ୍କିଲ

ଜି ଉଦୟଗିରି ୨୧।୧(ଶିଶିର ପଟ୍ଟନାୟକ ): ରାଜ୍ୟର ଶୀତର ସହର ଜି ଉଦୟଗିରିରେ ତିନି ସପ୍ତାହ ହେବ ଜାରି ରହିଛି ଶୀତ ଲହର । ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ରେକର୍ଡ କରାଯାଇଥିବା ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ର ତରଫରୁ ସୂଚନା ମିଳିଛି। ସୋମବାର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିଲା। ଦୀର୍ଘ ଦିନ ହେବ ଶୀତ ଲାଗି ରହିଥିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଦିନ ୧୦ଟା ସୁଦ୍ଧା ଘରୁ ବାହାରକୁ ବାହାରିବା କଷ୍ଟ ହେଉଛି । ସା ହେବା କ୍ଷଣି ଶୀତ ମାଡି ଆସୁଛି। ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ ଯୋଗୁ ଶୀତ ଅଧିକ ଅନୁଭୂତ ହେଉଛି । ସା ପରେ ରାସ୍ତା ଘାଟ ଶୂନଶାନ ହୋଇଯାଉଛି । ଘନ କୁହୁଡ଼ି ଯୋଗୁ କଳିଙ୍ଗା ଘାଟିରେ ଯାନବାହନ ଚଳାଚଳ ଅସୁବିଧା ହେଉଛି ବୋଲି ଅନେକ ଗାଡି ଚାଳକ କହୁଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel