ବିଶ୍ୱର ସବୁଠୁ ଥଣ୍ଡା ଦେଶ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଅଧିକ ଶୀତ ଅନୁଭୂତ ହୋଇଥାଏ। ଏହି ସ୍ଥାନଗୁଡ଼ିକରେ ତାପମାତ୍ରା ବେଳେବେଳେ ଶୂନ ରହିଥାଏ। ଫଳରେ ପ୍ରବଳ ତୁଷାରପାତ ହୁଏ। ଯାହା ଜନଜୀବନରେ ବାଧା ସୃଷ୍ଟି କରିଥାଏ। ଜାଣନ୍ତୁ ଏସବୁ ସ୍ଥାନ ବିଷୟରେ…

ଗ୍ରୀନ୍‌ଲ୍ୟାଣ୍ଡ୍‌:

ଏହା ଡେନମାର୍କ ରାଜତନ୍ତ୍ର ଅଧୀନରେ ଏକ ସ୍ବୟଂଶାସିତ ଦେଶ। ଯାହା ଆର୍କଟିକ୍‌ ଏବଂ ଆଟ୍‌ଲାଣ୍ଟିକ ମହାସାଗର ମଧ୍ୟରେ କାନାଡା ଆର୍କଟିକ ଆର୍କିପେଲାଗୋର ପୂର୍ବରେ ଅବସ୍ଥିତ। ସବୁ ଦିଗରୁ ଚାରିପଟେ ସମୁଦ୍ର ଘେରି ରହିଥିବା ଏହି ଦେଶ ବିଶ୍ୱର ସବୁଠାରୁ ଥଣ୍ଡା ଦେଶ। ଗ୍ରୀଷ୍ମ ଋତୁରେ ମଧ୍ୟ ଏଠି ତାପମାତ୍ରା ଶୂନ ରହିଥାଏ।

କାନାଡା:

ଏହା ଦୁନିଆର ସବୁଠାରୁ ଶୀତଳ ଦେଶ ଭାବେ ପରିଗଣିତ। ଏଠାରେ ଏତେ ଥଣ୍ଡା ଯେ ସମୁଦ୍ରର ଜଳ ମଧ୍ୟ ଥଣ୍ଡା ହୋଇଯାଏ। ଶୀତଦିନେ କାନାଡାରେ ପ୍ରବଳ ତୁଷାରପାତ ହୁଏ । ତାପମାତ୍ରା ମାଇନସ ୪୦ ଡିଗ୍ରୀକୁ ଖସି ଆସିଥାଏ।

ନର୍‌ଓ୍ବେ:

ୟୁରୋପ ମାଳଦ୍ୱୀପରେ ଅବସ୍ଥିତ ନର୍‌ଓ୍ବେ ଶୀତ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏଠାରେ ଭୟଙ୍କର ଥଣ୍ଡା ଲାଗେ। ୨୦୧୦ରେ ଏତେ ଥଣ୍ଡା ଅନୁଭୂତ ହୋଇଥିଲା ଯେ, ଗତ ୨୦ ବର୍ଷର ରେକର୍ଡ ଭାଙ୍ଗିଥିଲା। ସେହି ସମୟରେ, ଏଠାରେ ତାପମାତ୍ରା ମାଇନସ ୪୨ ଡିଗ୍ରୀକୁ ଖସି ଆସିଥିଲା।

Share