ନୂଆବର୍ଷରୁ ଖୋଲିପାରେ କଲେଜ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଦୀର୍ଘ ୮ରୁ ୯ ମାସ ଧରି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ନୂଆ ବର୍ଷରେ କଲେଜ ଖୋଲିପାରେ ବୋଲି ଆଶା ପ୍ରକଟ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର। କଲେଜରେ କ୍ଲାସ ହେବ କି ନ ହେବ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ଏଥିସହ ୟୁଜି ଓ ପିଜି ପାଇଁ ସେମିଷ୍ଟାର ଘୁଞ୍ଚିବ ବୋଲି ମଧ୍ୟ କହିଛନ୍ତି ଉଚ୍ଚଶିକ୍ଷା ସଚିବ। ସେ କହିଛନ୍ତି, ଶ୍ରେଣୀରେ ୭୦/୮୦ ଦିନ ପାଠ ପଢ଼ା ହେବା ପରେ ପରୀକ୍ଷା କରାଯିବ। ଖୋଲିବାରେ ବିଳମ୍ବ ହେଲେ ସିଲାବସ ହ୍ରାସ ଚିନ୍ତା କରାଯାଇପାରେ। ଅନ୍‌ଲାଇନ ପଢ଼ାକୁ ନେଇ ପରୀକ୍ଷା କଲେ ଫେଲ୍‌ ପ୍ରତିଶତ ବଢ଼ିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି।

Share