Categories: ଜାତୀୟ

ସୁପ୍ରିମକୋର୍ଟକୁ ମିଳିପାରନ୍ତି ଦୁଇ ନୂଆ ବିଚାରପତି, ଏହି ଦୁଇ ଜଣଙ୍କ ନାମ ଉପରେ କେନ୍ଦ୍ରକୁ ସୁପାରିଶ୍‌ କଲେ କଲେଜିୟମ

ନୂଆଦିଲ୍ଲୀ,୧୬।୫:ସୁପ୍ରିମକୋର୍ଟର ବିଚାରପତିଙ୍କ ପାଇଁ ୩୪ ଟି ସୀକୃତିପ୍ରାପ୍ତ ପଦବୀରୁ ୨ ଟି ପଦବୀ ଖାଲି ଅଛି। ମଙ୍ଗଳବାର କଲେଜିୟମ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ୍‌ ପଠାଇଛନ୍ତି। ଯଦି ସରକାର ଏହି ସୁପାରିଶ୍‌କୁ ଗ୍ରହଣ କରନ୍ତି ତେବେ ବିଶ୍ୱନାଥନ ୨୦୩୦ ରେ ମୁଖ୍ୟ ବିଚାରପତି ହୋଇପାରନ୍ତି।

ଅକ୍ଟୋବର ୧୩ ୨୦୨୧ରେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ମଧ୍ୟ ପୂର୍ବରୁ ଛତିଶଗଡ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି। ସେହିପରି କେ.ବି ବିଶ୍ୱନାଥନ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ।

ଯଦି କୋଏମ୍ବାଟୁରର ମୂଳ ନିବାସୀ ବିଶ୍ୱନାଥନ ସିଜେଆଇ ହୁଅନ୍ତି, ତେବେ ଜଷ୍ଟିସ ଏସ୍‌ ଏମ୍‌ସିକ୍ରି, ୟୁୟୁ ଲଲିତ ଏବଂ ପିଏସ ନରସିଂହଙ୍କ ପରେ ସେ ସିଜେଆଇ େଇଥିବା ଚତୁର୍ଥ ଓକିଲ ହେବେ।

Share