ସୋସିଆଲ ମିଡ଼ିଆରେ ସ୍ବାଧୀନତାର ରଙ୍ଗ

ସ୍ବାଧୀନତା ଦିବସର ରଙ୍ଗ ଏବେ ସୋସିଆଲ ମିଡ଼ିଆରେ ବୋଳି ହୋଇ ଯାଇଛି। ବର୍ତ୍ତମାନ ଫେସବୁକ୍‌ ଆଉ ହ୍ବାଟ୍ସଆପ୍‌ର ସମୟ। ପ୍ରତ୍ୟେକ ହାତରେ ସ୍ମାର୍ଟଫୋନ୍‌। ଆଉ ପ୍ରତ୍ୟେକଙ୍କ ନାମରେ ଫେସ୍‌ବୁକ୍‌ ତଥା ହ୍ବାଟ୍ସଆପ୍‌ରେ ଗୋଟିଏ ଲେଖାଏଁ ଆକାଉଣ୍ଟ। ସେହି ଫେସ୍‌ବୁକ୍‌ ହ୍ବାଟ୍ସଆପ୍‌ରେ ସ୍ବାଧୀନତାକୁ ନେଇ ବହୁକଥା ଦେଖିବାକୁ ମିଳୁଛି। ଡିପିରେ ତ୍ରିରଙ୍ଗା ପତାକା ରଖିବା, ନିଜର ନାମକୁ ତ୍ରିରଙ୍ଗାରେ ଲେଖିବା, ଷ୍ଟାଟସ୍‌ରେ ସ୍ବାଧୀନତା ଦିବସର ଭିନ୍ନଭିନ୍ନ ଫଟୋଚିତ୍ର ରଖିବା, ଭିଡ଼ିଓ ଅପ୍‌ଲୋଡ୍‌ କରିବା, ଦେଶପ୍ରେମ ଗାଥା ଦେଖିବାକୁ ମିଳୁଛି। ଏହାକୁ ସ୍ବାଧୀନତା ଦିବସ ପାଳନର ଏକ ନୂଆ ଟ୍ରେଣ୍ଡ ବୋଲି ମଧ୍ୟ କୁହାଯାଉଛି। କେହିକେହି ତ ନିଜ ମୁହଁକୁ ତ୍ରିରଙ୍ଗାରେ ସଜେଇ ଫଟୋ ଅପ୍‌ଲୋଡ଼ କରୁଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ, ସ୍ବାଧୀନତା ଦିବସର ରଙ୍ଗରେ ସୋସିଆଲ୍‌ ମିଡ଼ିଆ ସଜେଇ ହୋଇଯାଇଛି।

Share