Categories: ଫୁରସତ

ଏମିତି ମନ୍ଦିର, ଯେଉଁଠି ଅଭିଷେକ ପରେ କ୍ଷୀରର ରଙ୍ଗ ହୋଇଯାଏ ନୀଳ

ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି କେତୁ ଦେବତାଙ୍କୁ କ୍ଷୀର ଅର୍ପଣ କରିବା ପରେ ତାହା ନୀଳ ରଙ୍ଗରେ ପରିଣତ ହୋଇଯାଏ । ବିଶ୍ୱାସ ହେଉ ନ ଥିଲେ ବି ସତ। ଏପରି ମନ୍ଦିର ରହିଛି କେରଳରେ। କେରଳର କେଜାପେରୁମପାଲାମରେ ଅବସ୍ଥିତ କେତୁଙ୍କ ମନ୍ଦିର।

ଏହି ମନ୍ଦିର ନାଗନାଥସ୍ବାମୀ ମନ୍ଦିର ଭାବରେ ଜଣାଶୁଣା। ଏହି ମନ୍ଦିର କେରଳରେ ପ୍ରବାହିତ କାବେରୀ ନଦୀ କୂଳରେ ଅବସ୍ଥିତ। ମନ୍ଦିରରେ ଅନେକ ରହସ୍ୟ ଅଛି, ଯାହା ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ମନ୍ଦିରର ରହସ୍ୟ ହେତୁ ଏହା ଲୋକମାନଙ୍କ ମଧ୍ୟରେ ବହୁ ମାନ୍ୟତା ପାଇଥାଏ। ଯଦିଓ ଏହି ମନ୍ଦିର କେତୁଙ୍କ ପାଇଁ ଉତ୍ସର୍ଗୀକୃତ, ଏହି ମନ୍ଦିରର ମୁଖ୍ୟ ହେଉଛନ୍ତି ଭଗବାନ ଶିବ। ସେଥିପାଇଁ ଏହା ନାଗନାଥ ମନ୍ଦିର ନାମରେ ମଧ୍ୟ ଜଣାଶୁଣା ।

ଲୋକମାନେ ଦୂରଦୁରନ୍ତରୁ ଆସି ମନ୍ଦିରରେ ରାହୁ- କେତୁ ଉପରେ କ୍ଷୀର ଢାଳନ୍ତି। ଯେଉଁ ଭକ୍ତଙ୍କର ରାହୁ କେତୁ ଦୋଷ ଥାଏ କ୍ଷୀର ଢାଳିବା ମାତ୍ରେ ଏହା ନୀଳ ରଙ୍ଗ ହୋଇଯାଏ। ଏହାସହ ଏଠାରେ କ୍ଷୀର ଢାଳିଲେ ରାହୁ କେତୁ ଶାନ୍ତି ହୋଇଥାନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି।

Share