Categories: ଫୁରସତ

୬,୮୦୦ ବର୍ଷ ପରେ ପୃଥିବୀ ମୁହାଁ ହୋଇଛି ଏହି ଧୂମକେତୁ

ଓ୍ବାଶିଂଟନ, ୧୧।୭: ଦୀର୍ଘ ୬,୮୦୦ ବର୍ଷ ପରେ ଧୂମକେତୁ ‘ନିଓଓ୍ବାଇଜ୍‌-ସି/୨୦୨୦ ଏଫ-୩’ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୧୨ରୁ ୩୦ ମଧ୍ୟରେ ପୃଥିବୀର ନିକଟତର ହେବ। ସେତେବେଳେ ଏହା ପୃଥିବୀଠାରୁ ୧୦ କୋଟି ୩୦ ଲକ୍ଷ କିଲୋମିଟର ଦୂରରେ ରହିବ। ଏହି ସମୟରେ ଏହାକୁ ଖାଲି ଆଖିରେ ସୂର୍ଯ୍ୟାସ୍ତ ପରେ ଦେଖିହେବ। ଏହା ପୂର୍ବରୁ ୨୩ ବର୍ଷ ତଳେ ଶେଷଥର ପାଇଁ ୧୯୯୭ରେ ଧୂମକେତୁ ‘ହାଲେ-ବପ୍‌’ ଖାଲି ଆଖିରେ ଦୃଶ୍ୟମାନ ହୋଇଥିଲା। ଜୁଲାଇ ୩ରେ ‘ନିଓଓ୍ବାଇଜ୍‌-ସି/୨୦୨୦ ଏଫ-୩’ ସୂର୍ଯ୍ୟର ନିକଟତର ହୋଇ ୪କୋଟି ୩୦ଲକ୍ଷ କିଲୋମିଟର ଦୂରତାରେ ରହିଥିଲା ବୋଲି ଆରିଜୋନା ବିଶ୍ୱ ବିଦ୍ୟାଳୟର ମୁଖ୍ୟ ମହାକାଶ ନିରୀକ୍ଷକ ଆମି ମେଞ୍ଜର କହିଛନ୍ତି। ଏବେ ନିଓଓ୍ବାଇଜ ଧୂମକେତୁ ସୂର୍ଯ୍ୟାସ୍ତ ସମୟରେ ଉତ୍ତର-ପଶ୍ଚିମ ଆକାଶରେ ଅଳ୍ପ ସମୟ ପାଇଁ ଦୃଶ୍ୟମାନ ହେଉଛି। ଧୀରେ ଧୀରେ ଏହାର ଦୃଶ୍ୟମାନ ହେବା ସମୟ ବଢ଼ିବ ବୋଲି ମେଞ୍ଜର କହିଛନ୍ତି।

Share