ଆକାଉଣ୍ଟ ଡିଲିଟ୍‌ କରିବାକୁ ଶାଦି ଡଟ୍‌ କମ୍‌କୁ ଚିଠି ଲେଖିଲା କମିଶନରେଟ ପୋଲିସ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କର ଆକାଉଣ୍ଟ ଡିଲିଟ୍‌ କରିବାକୁ ଶାଦି ଡଟ୍‌ କମ୍‌କୁ ଚିଠି ଲେଖିଲା କମିଶନରେଟ ପୋଲିସ। ସେହିପରି ଶାଦି ଡଟ୍‌ କମ୍‌ରେ ରମେଶ କେତୋଟି ଆକାଉଣ୍ଟ ଖୋଲିଛନ୍ତି । ସେନେଇ ତଥ୍ୟ ମାଗିଛି ପୋଲିସ । ଗୁରୁବାର ରମେଶଙ୍କ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରିଛି କମିଶନରେଟ ପୋଲିସ ।
ନକଲି ଡାକ୍ତର ଗିରଫ ହେବା ପରେ ପୋଲିସ ଲଗାତର ଭାବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣୁଛି । ବୁଧବାର ରମେଶଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ୬ ଘଣ୍ଟାର ପଲିଗ୍ରାଫ ଟେଷ୍ଟରେ ରମେଶଙ୍କୁ ୭୦ ପ୍ରଶ୍ନ ପଚାରିଥିଲା ପୋଲିସ ।

Share