ଚିତ୍ରକୋଣ୍ଡା ଡ୍ୟାମ୍‌ ସ୍ଥିତି ସମୀକ୍ଷା କଲା କମିଟି

ଚିତ୍ରକୋଣ୍ଡା, ୨୦ା୧(ଡି.ଏନ.ଏ.): ଓଡ଼ିଶାର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଡ୍ୟାମ୍‌ ସେଫ୍ଟି କମିଟିର ୩ ଜଣିଆ ବିଶେଷଜ୍ଞ ଦଳ ମଙ୍ଗଳବାର ଚିତ୍ରକୋଣ୍ଡା ଡ୍ୟାମ୍‌ ଓ ସ୍ପିଲ୍‌ୱେର ବିଭିନ୍ନ ସୁରକ୍ଷା ସମ୍ପର୍କିତ ତଥ୍ୟ ଯାଞ୍ଚ କରିଛନ୍ତି। ଟିମ୍‌ରେ ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ଡେପୁଟି ଡାଇରେକ୍ଟର ଅରୁଣ କୁମାର ଦାସ ଓ ସୁବାସ ଚନ୍ଦ୍ର ରଥ ଚିତ୍ରକୋଣ୍ଡାରେ ପହଞ୍ଚତ୍ ଡ୍ୟାମ୍‌ ଓ ସ୍ପିଲ୍‌ଓ୍ବେ ସ୍ଥିତି ଯାଞ୍ଚ କରିଥିଲେ। ଏହି ସମୟରେ ପୋଟେରୁ ଜଳସେଚନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଚନ୍ଦ୍ରଶେଖର ମିଶ୍ର, ବାଲିମେଳା ଡ୍ୟାମ୍‌ ନିର୍ବାହୀ ଯନ୍ତ୍ରୀ କବିପ୍ରସାଦ ନାଥ, ଉପନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ସାହୁ (ସିଭିଲ) ଓ ନବକିଶୋର ସିଂ (ମେକାନିକାଲ) ଉପସ୍ଥିତ ଥିଲେ l ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଅଧୀନରେ ସମୁଦାୟ ୨୦୪ଟି ବନ୍ଧ ରହିଛି । ସେଥିରୁ ୧୦ ବୃହତ୍‌ ଜଳସେଚନ ପ୍ରକଳ୍ପ, ୫୦ ମଧ୍ୟମ ଜଳସେଚନ ପ୍ରକଳ୍ପ ଓ ୧୪୪ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି। ସେହି ସବୁ ଜଳସେଚନ ପ୍ରକଳ୍ପ ଅଧୀନରେ ଥିବା ଡ୍ୟାମ୍‌ ଓ ସ୍ପିଲ୍‌ଓ୍ବେଗୁଡିକର ସୁରକ୍ଷା ଓ ମରାମତି ସମ୍ପର୍କରେ ଯାଞ୍ଚ ଏହି ଡ୍ୟାମ୍‌ ସେଫ୍ଟି କମିଟି କରିଥାଏ। କମିଟିର ରିପୋର୍ଟକୁ ଆଧାରକରି ସରକାର ପଦକ୍ଷେପ ନେଇଥାନ୍ତି।