ବର୍ଷେ ବିତିଲା, କାର୍ଯ୍ୟକାରୀ ହୋଇପାରୁନି କମିଟି ନିଷ୍ପତ୍ତି

ଖଣ୍ଡପଡ଼ା,୨୬ା୬(ଅଜୟ କୁମାର ମହାରଣା): ନୂତନ ବେଶରେ ସଜ୍ଜିତ ହୋଇଛି ୫-ଟି ରୁପାନ୍ତରଣ ଯୋଜନାରେ ସାମିଲ ହୋଇଥିବା କଣ୍ଟିଲୋ ନୀଳମାଧବ ନୋଡାଲ ବିଦ୍ୟାପୀଠ। ଏହି ବିଦ୍ୟାଳୟଟି ବାହାରକୁ ସୁନ୍ଦର ଦିଶୁଥିବା ବେଳେ ପରିସରର ଅବସ୍ଥା ଛାତ୍ର ତଥା ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀଶିକ୍ଷକ ଏବଂ ପିଲାମାନେ ଶ୍ରେଣୀ ଗୃହ ତଥା ପରିସରକୁ ଯାତାୟାତ ପାଇଁ ବ୍ୟବହାର ହେଉଥିବା ସିମେଣ୍ଟ କଂକ୍ରିଟ ରାସ୍ତା ପାର୍ଶ୍ୱ ଘାସଲତାରେ ପରିପୂର୍ଣ୍ଣ ରହିଛି। ବିଦ୍ୟାଳୟ ପରିସର ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବ ଓ ସଫା ସୁତୁରା ହେଉ ନ ଥିବାରୁ ବର୍ଷା ପାଣି ଜମି ରହିବା ସହ ବିଭିନ୍ନ ଅନାବନା ଗଛ ଲତାରେ ପରିପୂର୍ଣ୍ଣ ରହିଛି। ଅପରପକ୍ଷରେ ଏକ ଶ୍ରେଣୀ ଗୃହରେ ପୁରୁଣା ଭଙ୍ଗା ଭଙ୍ଗି କାଠ, ବେଞ୍ଚ ଡେକ୍ସ ଓ ଅନ୍ୟ ଅବ୍ୟବହୃତ ସାମଗ୍ରୀମାନ ରହି ତାଲା ପଡ଼ି ରହିଛି। ଏହାଛଡା ପୁରୁଣା ଶ୍ରେଣୀ ଗୃହର ନବୀକରଣ ସମୟରେ ସେଠାରୁ ବାହାରିଥିବା ପୁରୁଣା ସେଣି, ବରଗା ଆଦି ଉକ୍ତ କୋଠରୀରେ ଗଦା ହୋଇରହିଛି। ସେଥି ମଧ୍ୟରେ ସରୀସୃପ ଓ ବିଷଧର ସାପମାନ ରହିଥିବା ପରିଲକ୍ଷିତ ହେଉଛି।
ଅପରପକ୍ଷରେ ବିଦ୍ୟାଳୟ ପରିସରରେ ବର୍ଷା ପାଣି ଜମି ରହିବା ସହ ସେଠାରେ ମଧ୍ୟ ସରୀସୃପ ରହିଥିବା ଅଭିଯୋଗ ହେଉଛି। ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ୫-ଟି ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ ହୋଇ ରୁପାନ୍ତରଣ ହୋଇଛି। ଗଣିଆ-ଫତେଗଡ ୪୮ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି ନୋଡାଲ ବିଦ୍ୟାପୀଠରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩ ଶହ ଛାତ୍ର ଅଧ୍ୟୟନ କରୁଛନ୍ତି। ରୁପାନ୍ତରଣ ଯୋଜନାରେ ବିଦ୍ୟାଳୟଟି ମନୋଲୋଭା ପାଲଟିଥିବା ବେଳେ ବର୍ଷା ସମୟରେ ବିଦ୍ୟାଳୟ ପରିସରକୁ ସଂଯୋଗ କରିଥିବା ଗଡ଼ାଣି ରାସ୍ତା ଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ପାଇଁ କାଳ ସାଜିଛି। ଗତ ୨ ଦିନ ତଳେ ବିଦ୍ୟାଳୟ ପରିସରରେ ବୁଲୁଥିବା ଏକ ସାପକୁ ଦେଖି ପିଲାମାନେ ଭୟଭୀତ ହୋଇଯାଇଥିଲେ। ଗତବର୍ଷ ଏହି ବର୍ଷା ସମୟରେ ଏକାଧିକ ବାର ବିଷଧର ସାପ ବାହାରି ପିଲାମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା। ତେବେ ଉକ୍ତ ସାପକୁ ଜନୈକ ସାପ ଧରାଳୀ ଉଦ୍ଧାର କରି ଅନ୍ୟତ୍ର ଛାଡି ଦେଇଥିଲେ। ଉକ୍ତ ଗଡ଼ା ରାସ୍ତାରେ ସତର୍କତାର ସହ ନ ଗଲେ ଗୋଡ଼ ଖସିଯାଇ ବହୁ ଛାତ୍ର ଓ ଶିକ୍ଷକ ଆହାତ ହୋଇଥିଲା। ତେବେ ୨୦୨୨ ସେପ୍ଟେମ୍ବର ୪ରେ ଆଲୁମିନା କମିଟିର ସଭାପତି ଡଃ. ଅର୍ଜୁନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୋ ସ୍କୁଲ ପରିଚାଳନା କମିଟି ବୈଠକରେ ଛାତ୍ରମାନଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟରେ ସିସି କ୍ୟାମେରା ସ୍ଥାନିତ କରିବା, ବିଜ୍ଞାନ ଉପକରଣ, ଫୁଟବଲ ଓ କ୍ରୀଡା ସାମଗ୍ରୀ କ୍ରୟ କରିବାକୁ ବ୍ୟବସ୍ଥା କରାଯିବ। ବିଦ୍ୟାଳୟକୁ ବଜ୍ରପାତରୁ ରକ୍ଷା କରିବାକୁ ଆର୍ଥିଂ ବ୍ୟବସ୍ଥା କରାଯିବା ସହ ବିଦ୍ୟାପୀଠର ଏକ ଶ୍ରେଣୀ ଗୃହରେ ପୂର୍ବରୁ ଗଚ୍ଛିତ ହୋଇଥିବା ପୁରୁଣା ଖତରା କାଠ ଉପକରଣ ମଧ୍ୟରେ ସରୀସୃପ ରହି ବିଭିନ୍ନ ସମୟରେ ବିପଦ ସୃଷ୍ଟି କରୁଛନ୍ତି। ତେଣୁ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଗୁଡିକୁ ତୁରନ୍ତ ନିଲାମ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଏକ କମିଟି ଗଠନ କରାଯାଇଥିଲା। ମାତ୍ର ଦୁଃଖ ପରିତାପର ବିଷୟ କମିଟିର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହେଉଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକଙ୍କ ସହ ଯୋଗାଯୋଗ କରିବାରେ ଗଠିତ କମିଟିର ସଦସ୍ୟମାନଙ୍କୁ ବାରମ୍ବାର ଆଲୋଚନା ପାଇଁ ଡକାଇଲେ ମଧ୍ୟ ସେମାନେ ଆସୁ ନ ଥିବା ଶ୍ରୀନାୟକ ପ୍ରକାଶ କରିଥିଲେ। ଅପରପକ୍ଷରେ ମୋ ସ୍କୁଲ କମିଟିର ସଭାପତି ଅର୍ଜୁନ ସାହୁଙ୍କ ସହ ଯୋଗାଯୋଗ କରିବାରେ କମିଟିର ନିଷ୍ପତି କିପରି କାର୍ଯ୍ୟକାରୀ କରାଯିବ ସେ ଦାୟିତ୍ୱ ପ୍ରଧାନ ଶିକ୍ଷକଙ୍କର କ ମାତ୍ର ସେ ଏ ଦିଗରେ ତପତ୍ରତା ପ୍ରକାଶ କରୁ ନ ଥିବା ସାହୁ କହିଥିଲେ। ଅପରପକ୍ଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲୀପ କୁମାର ସାହୁଙ୍କୁ ପଚାରିବାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହ ବହୁବାର ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ବର୍ଷା ସମୟରେ ବିପଦ ସୃଷ୍ଟି କରୁଥିବା ଗଡାକୁ ସଜାଡ଼ବାକୁ ଅଭିଯୋଗ କରୁଥିଲେ। ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲିଛନ୍ତି ବୋଲି ଦିଲ୍ଲୀପ ସାହୁ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜମିରୁ ଜବରଦଖଲ ମୁକ୍ତ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖାଲି ହେଲା ଗୋଚର, ଗ୍ରାମ୍ୟ ରାସ୍ତା ଜମି

ମହାକାଳପଡ଼ା, ୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଖରିନାସୀ ପଞ୍ଚାୟତ ହରିଆବାଙ୍କ ଗ୍ରାମର କେତେଜଣ ବ୍ୟକ୍ତି ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲକରି...

ନାଗରିକ ମଞ୍ଚର ଦାବି ପରେ ଚେତା ପଶିଲା: ୧୬୦ କଳାକାରଙ୍କୁ ଆକାଉଣ୍ଟକୁ ଗଲା ସହାୟତା ରାଶି

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚଳିତବର୍ଷ ଉତ୍ସାହର ଉଦ୍ଦୀପନାର ସହିତ ଉଦ୍‌ଯାପିତ ହୋଇଥିଲା । ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବର...

ଜାଲ ଦସ୍ତାବିଜ ବଳରେ ଜମି ବିକ୍ରି ଉଦ୍ୟମ : ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କଲେ ଜିଲା ଉପନିବନ୍ଧକ

ଦେବଗଡ଼,(ଶଶାଙ୍କ ଶେଖର ଝାଙ୍କର): ଜାଲ ଦସ୍ତାବିଜ ବଳରେ ଦେବଗଡ ପୌରାଞ୍ଚଳ ବାବୁସାହି(ୟୁନିଟ-୮)ର ଏକ ମୂଲ୍ୟବାନ ଜମି ବିକ୍ରୀ ଉଦ୍ୟମ ହେଉଥିବା ଜିଲା ଉପନିବନ୍ଧକଙ୍କ ଦ୍ୱାରା ଧରା...

ଆଜି ଚୈତ୍ର ମଙ୍ଗଳବାର ଶେଷ ପାଳି: ବାସନ୍ତିକ ଦୁର୍ଗା ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ

ପୁରୁଷୋତ୍ତମପୁର,୮।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍‌ଯାପିତ ହୋଇଯାଇଛି। ଶେଷ ପାଳିରେ ମା’ ତାରାତାରିଣୀ ବାସନ୍ତିକ ଦୁର୍ଗା ବେଶରେ...

ଜଣଙ୍କ ଘରୁ ୮ ବସ୍ତା ରାଶନ ଚାଉଳ ଜବତ

ମହାକାଳପଡ଼ା, ୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଡିଢ଼ି ଗ୍ରାମ ଖୁଚୁରା ବିକ୍ରୟ କେନ୍ଦ୍ରର ୮ ବସ୍ତା ଚାଉଳ ଜଣକ ଘରୁ ଯୋଗାଣ ବିଭାଗ...

ଲିସବନରେ ସମ୍ମାନୀତ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲିସବନ,୮।୪: ଲିସବନ ମେୟର କାର୍ଲୋସ ମୋଡାସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ସିଟି କି ଅଫ ଅନର’ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆୟୋଜିତ...

ଭୟଙ୍କର ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ଏଥର କହିଲେ ମଣିଷକୁ ପୃଥିବୀ ଛାଡିବାକୁ ପଡ଼ିବ

ନର୍ଥ ମାସିଡୋନିଆ: ବୁଲଗେରିଆର ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗାଙ୍କର ପ୍ରକୃତ ନାମ ଥିଲା ଭେଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା। ତାଙ୍କର ଜନ୍ମ ୧୯୧୧ ମସିହାରେ ହୋଇଥିଲା। ସେ ତାଙ୍କ...

ମୁଣ୍ଡରେ ଆଘାତ ଲାଗିବା ପରେ ଅବସର ନେଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍, ୨୭ ବର୍ଷ ବୟସରେ ନିଯୁକ୍ତ ହେଲେ ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ, ୮ା୪: ଆଘାତଜନିତ ସଂଘର୍ଷ ଦ୍ୱାରା ଭାଙ୍ଗିଯାଇଥିବା କ୍ୟାରିଅର ପରେ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍ ୱିଲ୍ ପୁକୋଭସ୍କି ମଙ୍ଗଳବାର କ୍ରିକେଟରୁ ତାଙ୍କର ଅବସର ନିଶ୍ଚିତ କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image