Posted inଫୁରସତ

୭୦ କୋଟି ଟଙ୍କା ରଖି କର୍ମଚାରୀଙ୍କୁ କମ୍ପାନୀ କହିଲା ୧୫ ମିନିଟ୍‌ରେ ଯିଏ ଯେତେ ଗଣିବ ସେ ଟଙ୍କା ତା’ର, ଭାଇରାଲ ହେଉଛି ଭିଡିଓ…

ଚାଇନାର ଏକ କମ୍ପାନୀକୁ ଏବେ କର୍ମଚାରୀମାନେ ପ୍ରଶଂସା କରୁଛନ୍ତି। ସମସ୍ତେ କହୁଛନ୍ତି, କମ୍ପାନୀ ହେବ ତ ଏମିତି। ପ୍ରକୃତ କଥା ହେଲା ଚାଇନାର ଏକ କ୍ରେନ୍‌ କମ୍ପାନୀ କର୍ମଚାରୀଙ୍କୁ ବୋନସ ଦେବା ପାଇଁ ଏକ ଅନନ୍ୟ ଉପାୟ ପାଞ୍ଚି ହୃଦୟ ଜିଣିଛି। ଏହି ଭିଡିଓଟି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁଳ ଭାବରେ ଶେୟାର କରାଯାଉଛି। ଭିଡିଓରେ ଦେଖାଯାଉଛି, ଟେବୁଲ ଉପରେ ଟଙ୍କା ପଡ଼ିଛି ଏବଂ କର୍ମଚାରୀମାନେ ତାହାକୁ ଶୀଘ୍ରଶୀଘ୍ର ଗଣୁଛନ୍ତି।

ରିପୋର୍ଟ ଅନୁସାରେ, ହେନାନ ମାଇନିଂ କ୍ରେନ୍‌ କମ୍ପାନୀ ଲିମିଟେଡ୍‌ ଟେବୁଲ ଉପରେ ୧୧ ନିୟୁତ ସିଙ୍ଗାପୁର ଡଲାର (ଭାରତୀୟ ମୁଦ୍ରାରେ ୭୦ କୋଟି ଟଙ୍କା) ରଖିଥିଲା ଏବଂ କର୍ମଚାରୀମାନଙ୍କୁ କହିଥିଲା ଯେ, ୧୫ ମିନିଟ୍‌ରେ ଯିଏ ଯେତେ ଟଙ୍କା ଗଣିବ ସେ ଟଙ୍କା ତାହାର ହେବ। ଏହା ଶୁଣି କର୍ମଚାରୀମାନଙ୍କ ଖୁସିର ସୀମା ରହିଲା ନାହିଁ। ପ୍ରତ୍ୟେକ କର୍ମଚାରୀ ଯଥାସମ୍ଭବ ଟଙ୍କା ଗଣିବାରେ ବ୍ୟସ୍ତ ରହିଲେ।

କ୍ରେନ ନିର୍ମାଣକାରୀ କମ୍ପାନୀ ପ୍ରାୟ ୭୦ ମିଟର ଲମ୍ବା ଏକ ଟେବୁଲ ଉପରେ ଟଙ୍କା ବିଛାଇ ଦେଇଥିଲା ଏବଂ ପ୍ରତ୍ୟେକ ୩୦ ଜଣ କର୍ମଚାରୀଙ୍କର ଦଳ ଗଠନ କରିଥିଲା। ଏହା ପରେ କୁହାଗଲା ଯେ, ପ୍ରତ୍ୟେକ ଦଳ ସେମାନଙ୍କର ଦୁଇଜଣ ସାଥୀଙ୍କୁ ପଠାଇବା ଉଚିତ, ୧୫ ମିନିଟରେ ସେମାନେ ଯେତେ ଟଙ୍କା ଗଣିବେ ସେହି ଦଳ ମଧ୍ୟରେ ବାଣ୍ଟି ଦିଆଯିବ।

ଜାନୁଆରୀ ୨୮ରେ @mothershipsg ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବାବେଳେ ହଜାର ହଜାର ଲୋକ ଲାଇକ୍‌ କରିଛନ୍ତି। ଏହା ସହିତ ସୋସିଆଲ ମିଡିଆରେ କମେଣ୍ଟର ବନ୍ୟା ସୁଅ ଛୁଟିଛି। ଜଣେ ୟୁଜର କହିଛନ୍ତି, ଏପରି ଜିନିଷ କର୍ମଚାରୀମାନଙ୍କୁ ଉତ୍ସାହିତ କରେ, କିନ୍ତୁ ଏହା ଆମ ଭାଗ୍ୟରେ ନାହିଁ। ଆଉ ଜଣେ ୟୁଜର କହିଛନ୍ତି, ଭିଡିଓ ଦେଖିବା ପରେ ମୋ ବସ୍‌ ହସୁଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମୋ କମ୍ପାନୀ ମଧ୍ୟ ସମାନ କିନ୍ତୁ ଏହା ଟଙ୍କା ଦେବା ପରିବର୍ତ୍ତେ କାମ ଲଦି ଦେବା ଉପରେ ଅଧିକ ଧ୍ୟାନ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

୮୦%ରୁ ଅଧିକ ଭାରତୀୟ ଆଇଟି ପ୍ରଫେଶନାଲ ଫ୍ୟାଟି ଲିଭର ରୋଗରେ ପୀଡିତ, ଚିନ୍ତା ବଢ଼ାଇଲା ନୂତନ ଅଧ୍ୟୟନ ରିପୋର୍ଟ

ନୂଆଦିଲ୍ଲୀ,୨।୩: ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଭାରତର ୮୦%ରୁ ଅଧିକ ଆଇଟି ପ୍ରଫେଶନାଲ ଫ୍ୟାଟି ଲିଭର ରୋଗରେ ପୀଡିତ। ଅଧ୍ୟୟନରେ...

ବିବାହ ଶୋଭାଯାତ୍ରାରେ ପହଞ୍ଚିଗଲେ କନ୍ୟାଙ୍କ ପ୍ରେମିକ, ବରଙ୍କ କଲାର ଧରି ନିର୍ଧୂମ ଛେଚିଲେ; Video ଦେଖିଲେ…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ, ସେଥିରୁ କିଚି ଚକିତ ମଧ୍ୟ କରେ। ଏହି କ୍ରମରେ ଏବେ ଏକ ବିବାହ ସମୟର ଭିଡିଓ...

ଟ୍ରାଫିକ୍‌ରେ ହେଲମେଟ୍‌ ବଦଳରେ କାନ୍ଧରେ ଶୁଆ ରଖି ସ୍କୁଟି ଉଡ଼ାଇଲେ ଯୁବତୀ, ଲୋକେ କହିଲେ ଏମିତି…

ବେଙ୍ଗାଲୁରୁ ତା’ର ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ପାଇଁ ଯେତିକି ପ୍ରସିଦ୍ଧ, ଟ୍ରାଫିକ ସମ୍ବନ୍ଧୀୟ ଅନନ୍ୟ ଘଟଣା ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାଏ । ପୁଣି ଥରେ...

India’s top 10 millionaire farmers: ଏମାନେ ହେଉଛନ୍ତି ଭାରତର ୧୦ କୋଟିପତି କୃଷକ, ପ୍ରଥମ ସ୍ଥାନରେ ଅଛନ୍ତି ମହିଳା…

ବର୍ତ୍ତମାନ ସମୟରେ ଜୈବିକ କୃଷି ପ୍ରତି ଆଗ୍ରହ ବୃଦ୍ଧି ପାଉଛି। କୃଷକମାନେ ମଧ୍ୟ ଏଥିରୁ ଭଲ ରୋଜଗାର କରୁଛନ୍ତି। ହେଲେ କ’ଣ ଆପଣ ଜାଣନ୍ତି କି...

GOOGLEରେ ଭୁଲ୍‌ରେ ବି ସର୍ଚ୍ଚ କରନ୍ତୁ ନାହିଁ ଏସବୁ, ନଚେତ ଯିବାକୁ ପଡ଼ିବ ଜେଲ୍‌…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗୁଗୁଲ୍‌ର ଚାହିଦା ଢେର ବୃଦ୍ଧି ପାଇଛି। କହିବାକୁ ଗଲେ ଏହା ପ୍ରତ୍ୟେକ ମଣିଷର ଅଭିନ୍ନ ଅଙ୍ଗ ପାଲଟିଛି। କୌଣସି ଅଜଣା ସ୍ଥାନକୁ...

ମୁଁ ହେବି ମୁଖ୍ୟମନ୍ତ୍ରୀ, ସବୁ ଠିକ କରିଦେବି…, ହଠାତ୍‌ ଟେବୁଲ ବାଡ଼େଇ ଏମିତି କହିଲେ ନୀତୀଶ, ଖବରଦାତା ଆଶ୍ଚର୍ଯ୍ୟ

ପାଟନା,୧।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ୧୯ବର୍ଷ ଧରି ବିହାର ରାଜନୀତିର କେନ୍ଦ୍ରରେ ରହିଛନ୍ତି। ନୀତୀଶ କୁମାରଙ୍କୁ ରାଜନୀତିର ଚାଣକ୍ୟ ମଧ୍ୟ କୁହାଯାଏ ଏବଂ ଗତ...

ଓଡ଼ିଶାର ବଢିଯିବ ନିର୍ବାଚନମଣ୍ଡଳୀ ସଂଖ୍ୟା: ଜାଣନ୍ତୁ ଭାରତରେ ଶେଷଥର ପାଇଁ କେମିତି ହୋଇଥିଲା Delimitation?

Delimitation ପ୍ରସଙ୍ଗରେ ଦେଶରେ ପୁଣିଥରେ ରାଜନୀତି ତୀବ୍ର ହୋଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ପ୍ରସଙ୍ଗରେ ମାର୍ଚ୍ଚ 5 ରେ ଏକ ସର୍ବଦଳୀୟ ବୈଠକ...

Video:ନଦୀରେ ଗାଧୋଉଥିଲେ, ହଠାତ୍‌ ଆସିଲା କୁମ୍ଭୀର: ଆଉ ତା’ପରେ…ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନେ ଜଳ ଆବଶ୍ୟକତା ପାଇଁ ନଦୀ ଏବଂ ହ୍ରଦ ଉପରେ ନିର୍ଭର କରୁଥିଲେ ଏବଂ ସେଠାକୁ ଗାଧୋଇବା ପାଇଁ ଯାଉଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image