Posted inଜାତୀୟ

ଯେଉଁ କମ୍ପାନୀରେ ସିଭି ପକାଇ ପାଇଥିଲେ ଚାକିରି, ସେହି ଟାଟା କମ୍ପାନୀର ହେଲେ ମାଲିକ

ନୂଆଦିଲ୍ଲୀ,୧୦।୧୦: ୮୬ବର୍ଷରେ ସାରା ଦୁନିଆକୁ ପର କରି ଦେଇଛନ୍ତି ଭାରତର ବିଜନେସ ଟାଇଫୁନ୍‌ ରତନ ଟାଟା। ବ୍ୟବସାୟରେ ସେ ବିପ୍ଲବ ଆଣିଥିଲେ ଯେ, ଟାଟା ଲୁଣଠୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ପ୍ରତି ଘରେ ଘରେ ବ୍ୟବହାର ହେଉଛି। ଏପରିକି ଟାଟା କମ୍ପାନୀର କାର୍‌ଠୁ ଆରମ୍ଭ କରି ଉଡାଜାହାଜ ପର୍ଯ୍ୟନ୍ତ ବି ରହିଛି। ଭାରତର ଏକ ଅଗ୍ରଣୀ କମ୍ପାନୀ ହେଉଛି ଟାଟା। ମାତ୍ର ରାତାରାତି ଏହି ବିଶାଳକାୟ ସାମ୍ରାଜ୍ୟ ଛିଡା ହୋଇନି। ଏଥିନିମନ୍ତେ ବିଦେଶ ଫେରନ୍ତା ରତନ ଟାଟାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା। ଶ୍ରମିକଙ୍କ ପରି ଇଟା, ସିମେଣ୍ଟ ବି ବୋହିବାକୁ ପଡିଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁ ଟାଟାର ସେ ମାଲିକ ଅଟନ୍ତି ସେଠାରେ ତାଙ୍କୁ ଚାକିରି କରିବାକୁ ପ୍ରଥମେ ସିଭି ପକାଇବାକୁ ପଡିଥିଲା। ସେଠାରେ ଚାକିରି କରିବାର ବହୁବର୍ଷ ପରେ ସେ ଟାଟାକୁ ଭାରତର ଶିଳ୍ପ ଜଗତରେ ଟ୍ରିଲିୟନ ଡଲାରର କମ୍ପାନୀ ଭାବେ ଛିଡା କରିଥିଲେ।

୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ରତନ ଟାଟା। ମାତ୍ର ୧୯୪୮ ମସିହାରେ ତାଙ୍କ ବାପା ଓ ମାଆ ନବଲ ଟାଟା ଓ ସୁନି ଟାଟାଙ୍କ ମଧ୍ୟରେ ବିଚ୍ଛେଦ ହୋଇ ଯାଇଥିଲା। ଫଳରେ ରତନ ଟାଟାଙ୍କ ଜେଜେମା’ ତାଙ୍କ ଲାଳନପାଳନର ଦାୟିତ୍ୱ ନେଇଥିଲେ।

ମୁମ୍ବାଇ ଓ ଶିମଳାରେ ପାଠପଢା ସରିବା ପରେ ରତନ ଟାଟା ହାୱାର୍ଡ ବିଜନେସ ସ୍କୁଲରୁ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିଲେ। ଏହାପରେ ସେ କର୍ଣ୍ଣଲ ୟୁନିଭରସିଟିରୁ ଆର୍କିଟେକ୍ଟର ଓ ଷ୍ଟ୍ରକଚରାଲ ଇଞ୍ଜିନିୟରିଂ ପାଠ ପିଥିଲେ। ପାଠପଢା ସରିବା ପରେ ସେ ଆମେରିକାରେ ଚାକିରି କରିବାକୁ ଇଚ୍ଛୁକ ଥିଲେ। କିନ୍ତୁ ଜେଜେମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସେ ଭାରତ ଫେରିଥିଲେ। ଭାରତରେ ସେ IBMରେ ଚାକିରି ଆରମ୍ଭ କରିଥିଲେ।

ସେତେବେଳେ ଏହା ଶୁଣିବା ପରେ ଉକ୍ତ ସମୟରେ ଥିବା ଟାଟା ଚେୟାରମ୍ୟାନ ଜେଆରଡି ଟାଟା ଖୁବ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଟାଟାରେ ଯୋଗ ଦେବାକୁ ରତନ ଟାଟାଙ୍କୁ ନିମନ୍ତ୍ରଣ କରିଥିଲେ। ଏହାପରେ ରତନ, ଟାଟା ଗ୍ରୁପ୍‌କୁ ନିଜ ସିଭି ପଠାଇଥିଲେ। ଚୟନ ହେବା ପରେ ଜଣେ ସାଧାରଣ କର୍ମଚାରୀ ରୂପେ ସେ କାର୍ଯ୍ୟାରାମ୍ଭ କରିଥିଲେ।

ନିଜ କ୍ୟାରିଅରର ପ୍ରଥମାବସ୍ଥାରେ ରତନ ଟାଟା କାମ ଶିଖିବାକୁ ଆରମ୍ଭ କରିଥିଲେ। ଏଥିନିମନ୍ତେ ଛୋଟ ଛୋଟ କାମକୁ ବି ସେ ନିଷ୍ଠାର ସହ କରୁଥିଲେ। ୧୯୯୧ ମହିହାରେ ସେ ଟାଟା ଗ୍ରୁପ୍ର ଚେୟାରମ୍ୟାନ ହେଲେ । ଏହାପରେ ଆଉ ପଛକୁ ଫେରି ଚାହିଁ ନ ଥିବା ରତନ ଟାଟା ଦୀର୍ଘ ୨୧ ବର୍ଷ ପର୍ଯ୍ୟନ୍ତ ଟାଟା ଗ୍ରୁପ ନେତୃତ୍ୱ ନେଇଥିଲେ। ଏହି ସମୟରେ ଦେଶଦୁନିଆରେ ସେ ଟାଟାକୁ ଏକ ପ୍ରତିଷ୍ଠିତ କମ୍ପାନୀରେ ଛିଡା କରାଇ ପାରିଥିଲେ।

ନିଜ କାର୍ଯ୍ୟକାଳ ମଧ୍ୟରେ ସେ ସବୁଠୁ ଛୋଟ ନାନୋ କାର୍‌ ଲଞ୍ଚ କରି ଦେଶରେ ଚହଳ ପକାଇ ଦେଇଥିଲା। ଏହା ନିମ୍ନ ମଧ୍ୟବିତ ପରିବାରର କାର୍‌ ଚଢିବା ସୱପ୍ନକୁ ସାକାର କରିଥିଲା। କାରଟି ଏତେ ଲୋକପ୍ରିୟ ହୋଇଥିଲା ଯେ ଏହାକୁ ନେବା ପାଇଁ ଲୋକେ ମାସ ମାସ ଧରି ଅପେକ୍ଷା କରୁଥିଲେ। ମାତ୍ର କିଛି ବର୍ଷ ପରେ ଯାନ୍ତ୍ରୀକ ତ୍ରୁଟି ହେତୁ ଏହାକୁ ବଜାରରୁ ପ୍ରତ୍ୟାହୃତ କରି ନିଆଗଲା। କେବଳ ନାନୋ ନୁହେଁ ରତନ ଟାଟାଙ୍କ ନେତୃତ୍ୱରେ ଜାଗୁଆର, ଲ୍ୟାଣ୍ଡ ରୋଭର ପରି ପ୍ରିମିୟର ସେଗେମେଣ୍ଟ କମ୍ପାନୀର କାର୍‌କୁ ବି ଟେକ ଓଭର କରିଥିଲା ଟାଟା।


Enter your email to get our daily news in your inbox.

All Right Reserved By Dharitri.Com

‘ରତନ ଟାଟାଙ୍କୁ ମିଳୁ ଭାରତ ରତ୍ନ’, ପ୍ରସ୍ତାବକୁ ମଞ୍ଜୁରୀ ଦେଲା ମହାରାଷ୍ଟ୍ର କ୍ୟାବିନେଟ

ମୁମ୍ବାଇ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ଏହାକୁ ନେଇ ମହାରାଷ୍ଟ୍ର କ୍ୟାବିନେଟ...

ଆଦାନୀ-ଅମ୍ବାନୀଙ୍କ ଠାରୁ ରତନ ଟାଟାଙ୍କର ଥିଲା କମ୍‌ ସମ୍ପତ୍ତି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧୦: ଟାଟା ଗ୍ରୁପର ପୂର୍ବ ଚେୟାରମ୍ୟାନ ରତନ ଟାଟାଙ୍କର ମୃତ୍ୟୁ ହୋଇଛି। ୮୬ବର୍ଷରେ ତାଙ୍କ ପରଲୋକ ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ସବୁଠାରୁ ପୁରୁଣା...

ୟୁପିରେ ମେଣ୍ଟ ଉପରେ ବଡ଼ ଘୋଷଣା କଲେ ଅଖିଳେଶ, ସ୍ପଷ୍ଟ ହୋଇଗଲା ଚିତ୍ର

ଲକ୍ଷ୍ନୌ,୧୦।୧୦: ସମାଜବାଦୀ ପାର୍ଟି ମଙ୍ଗଳବାର ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କଂଗ୍ରେସ କହିଛି ଯେ...

ଅଟଳ ପେନସନ ଯୋଜନା: ସାମିଲ ହେଲେଣି ୫୬ ଲକ୍ଷ  ଲୋକେ, ଜାଣନ୍ତୁ ଏହାର ଲାଭ, କିଭଳି କରିବେ ଆବେଦନ 

ନୂଆଦିଲ୍ଲୀ,୧୦।୧୦: ଅବସର ପରେ ସମ୍ମୁଖୀନ ହେଉଥିବା ଆର୍ଥିକ ଆହ୍ବାନର ମୁକାବିଲା ଲାଗି ପେନସନ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାର ଏହାକୁ ବୁଝନ୍ତି ଏବଂ ସେଥିଲାଗି ଅନେକ...

ତ୍ରିରଙ୍ଗାରେ ଘୋଡ଼ାଇ ଦିଆଗଲା ରତନ ଟାଟାଙ୍କ ମରଶରୀର,ଜନସାଧାରଣଙ୍କ ଶେଷଦର୍ଶନ ପାଇଁ…

ମୁମ୍ବାଇ,୧୦ା୧୦: ଟାଟା ସନ୍ସର ଚେୟାରମ୍ୟାନ ଏବଂ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନପ୍ରାପ୍ତ ପଦ୍ମଭୂଷଣ, ରତନ ଟାଟାଙ୍କ ମରଶରୀର ଦକ୍ଷିଣ ମୁମ୍ବାଇର ନ୍ୟାଶନାଲ ସେଣ୍ଟର୍‌ ଫର୍‌...

ରାହୁଲଙ୍କୁ ସମର୍ଥନ କରିଦେଲେ ଚନ୍ଦ୍ରବାବୁ ନାଇଡୁ, ଏକାକୀ ପଡିଗଲେ ମୋଦି, ଜାତୀୟ ରାଜନୀତିରେ ବଡ଼ ହଲଚଲ

ନୂଆଦିଲ୍ଲୀ,୧୦।୧୦: ହରିୟାଣାରେ ଭାଜପାକୁ ମିଳିଛି ହ୍ୟାଟ୍ରିକ ବିଜୟ। ଭାଜପା ଖାତାକୁ ଆଉ ଗୋଟିଏ ରାଜ୍ୟ ଯାଉଥିବାବେଳେ କଂଗ୍ରେସ ହାତରୁ ହରିୟାଣା ହାତଛଡା ହୋଇଛି। ଏନେଇ କଂଗ୍ରେସ...

ଏତିକି କୋଟି ଟଙ୍କା ଛାଡିଯାଇଛନ୍ତି ରତନ ଟାଟା: ଧନୀ ତାଲିକାରେ…

ନୂଆଦିଲ୍ଲୀ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା।...

ମିଛର ଝଡ଼ ସୃଷ୍ଟି କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୦ା୧୦:ମୋଦି ସରକାରଙ୍କ ଗତ ୧୦ ବର୍ଷର ଶାସନରେ ଗରିବ, କୃଷକ, ଯୁବ ଓ ମହିଳାମାନେ ବିଶେଷ ଉପକୃତ ହୋଇଛନ୍ତି। କେନ୍ଦ୍ରର ଜନକଲ୍ୟାଣକାରୀ ନୀତିକୁ ଦେଖି ହରିୟାଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri