Categories: ଜାତୀୟ

ପ୍ରବାସୀ ଶ୍ରମିକଙ୍କୁ ପୁଣିଥରେ କାମରେ ଯୋଗ ଦେବାକୁ କମ୍ପାନୀ ଦେଉଛି ବିଭିନ୍ନ ଅଫର୍‌

ନୂଆଦିଲ୍ଲୀ,୨୪।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ଦେଶରେ ହଠାତ୍‌ ଲକ୍‌ଡାଉନ ଜାରି କରାଯାଇଥିଲା। ଫଳରେ ଦେଶରେ ଥିବା ଅଧିକାଂଶ ଦୋକାନ, କଳକାରଖାନା, କମ୍ପାନୀ ବନ୍ଦ ହୋଇଯାଇଥିଲା। ଆଉ ଏଥିରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଥିଲେ। କାରଣ ରୋଜଗାରର ମାଧ୍ୟମ ବନ୍ଦ ହୋଇଯିବା ପରେ ଏମାନଙ୍କ ପାଖରେ ଆଉ କୌଣସି ଉପାୟ ନ ଥିଲା। ତେବେ ଘରକୁ ଫେରିବା ସମୟରେ ଏମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ କିଏ ଚାଲି ଚାଲି ତ ପୁଣି କିଏ ସାଇକେଲରେ ମାଇଲ ମାଇଲ ବାଟ ଅତିକ୍ରମ କରି ଘରେ ପହଞ୍ଚିଥିଲେ। ଆଉ କେତେକ ପ୍ରବାସୀ ଶ୍ରମିକଙ୍କ ଜୀବନ ମଧ୍ୟ ଯାଇଥିଲା। ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବା ସହ କିଛି କିଛି କମ୍ପାନୀ କାମ ଆରମ୍ଭ କଲେଣି। ହେଲେ ଶ୍ରମିକ ଅଭାବରୁ ଏହା ସମ୍ପୂର୍ଣ୍ଣ ଭାବେ ଚାଲି ପାରୁ ନାହିଁ। ତେଣୁ ଏବେ କମ୍ପାନୀମାନେ ପୁଣିଥରେ ଶ୍ରମିକମାନଙ୍କୁ କାମରେ ଯୋଗ ଯେବାକୁ ଅନୁରୋଧ କରୁଥିବା ବେଳେ ଏମିତିକି ସେମାନଙ୍କୁ ଫେରାଇ ନେବାକୁ ଗାଁ ମୁଖିଆଙ୍କ ସହ କଥା ହେଉଥିବା କୁହାଯାଉଛି। ଅଧିକାଂଶ କମ୍ପାନୀ ଶ୍ରମିକମାନଙ୍କୁ ଫେରାଇ ନେବାକୁ ସେମାନଙ୍କ ଗସ୍ତ ଖର୍ଚ୍ଚ ବହନ କରିବା ସହ ସେମାନଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରାଉଥିବା ଜଣାପଡିଛି। ଏମିତିକି କିଛି ବଡ ବଡ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ମଧ୍ୟ ବିମାନ ଖର୍ଚ୍ଚ ବହନ କରି ଫେରାଇ ଆଣୁଥିବା ଆଲୋଚନା ହେଉଛି।

Share