ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ସମ୍ମାନାର୍ଥେ ଚକୋଲେଟ ପ୍ରସ୍ତୁତ କଲା ଏହି ଦେଶର କମ୍ପାନୀ

ଓ୍ବାଶିଂଟନ୍‌,୨୪।୭: ଆମେରିକାର ଏକ ଚକୋଲେଟ କମ୍ପାନୀ ଜଣେ ଭାରତୀୟ ବଂଶୋଦ୍ଭ ଡାକ୍ତରଙ୍କୁ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛି। ଉକ୍ତ ଡାକ୍ତରଙ୍କ ସେବା ମନୋଭାବ ଯୋଗୁ କମ୍ପାନୀ ପକ୍ଷରୁ ତାଙ୍କ ନାଁରେ ୨ଟି ଚକୋଲେଟେର ଶୁଭାରମ୍ଭ କରିଯାଇଛି। ସୂଚନାଯୋଗ୍ୟ, ଭାରତୀୟ ବଂଶୋଦ୍ଭବ ଡାକ୍ତର ନୀରବ ଶାହ ବର୍ତ୍ତମାନ ଆମେରିକାର ମେନସ୍‌ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲର ମୁଖ୍ୟ ଅଛନ୍ତି। ମହାମାରୀ କରୋନା କବଳରୁ ଲୋକଙ୍କୁ ସୁସ୍ଥ ରଖିବାରେ ମେନସ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ Wilbur’s Chocolate Confections ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତେବେ ଶୁଭାରମ୍ଭ ହୋଇଥିବା ଚକୋଲେଟର ନାମ ‘ଶାହ ବାର’ ରଖାଯାଇଛି। ଚକୋଲେଟ କମ୍ପାନୀ ୨ଟି ଫ୍ଲେଭରର ସୀମିତ ସଂଖ୍ୟାରେ ମିଲ୍କ ଓ ଡାର୍କ ଚକୋଲେଟର ଲଞ୍ଚ କରିଛି। ଏହି ଚକୋଲେଟର କଭର ଉପରେ ନୀରବଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଛି। ଏହା ଏବେ ସୋସିଆଲ ମିଡିଆର ସେନ୍‌ସେସନ ପାଲଟିଛି।

Share