ନୂଆଦିଲ୍ଲୀ,୨୩|୧: ଦିଲ୍ଲୀର ଏକ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ କମିଶନର (ଦିଲ୍ଲୀ କୋର୍ଟ) ଶିଖର କୁଣ୍ଡୁଙ୍କ ଦ୍ୱାରା ଗଣେଶ ଗୌରୀ ଇଣ୍ଡଷ୍ଟ୍ରିଜ୍ (ଗୌରୀ ଆକ୍ୱା ପ୍ଲାଷ୍ଟ) ଉପରେ ଚଢ଼ାଉ କରାଯାଇଥିଲା। ଉକ୍ତ ଇଣ୍ଡଷ୍ଟ୍ରିଜ୍ ଉପରେ ୨୦ତାରିଖରେ ନାଗପୁରର ଲିହିଗାଓଁ, ଭଣ୍ଡାରା ରୋଡ୍ର ଏକ ଜଣାଶୁଣା ଟ୍ୟାଙ୍କ୍ ଓ ପାଇପ୍ ସଂସ୍ଥାର ବ୍ରାଣ୍ଡ୍ଗୁଡିକୁ ନକଲି ଭାବେ ନିର୍ମାଣ କରାଯାଉଥିବା ଅଭିଯୋଗ ଆଧାରରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ଏହି ଟିମ୍ ସ୍ଥାନୀୟ ଅଧିକାରୀଙ୍କ ସହ ଉକ୍ତ କମ୍ପାନୀ ଉପରେ ଚଢ଼ାଉ ଆରମ୍ଭ କରିଥିଲେ। ଏହି ସମୟରେ ସ୍ଥାନୀୟ କମିଶନର (ଦିଲ୍ଲୀ କୋର୍ଟ) ମଧ୍ୟ ଉପସ୍ଥିତ ରହିଥିଲେ। ହେଲେ ଉକ୍ତ କମ୍ପାନୀର କର୍ମଚାରୀ ଓ ଅଧିକାରୀମାନେ କମିଶନରଙ୍କୁ ଖରାପ ବ୍ୟବହାର କରିଥିଲେ। ସେହିଭଳି କମ୍ପାନୀ ପରିସର ଭିତରକୁ ପ୍ରବେଶ କରିବା ଏବଂ ଆଇନ ଅନୁଯାୟୀ ତାଙ୍କ କର୍ତ୍ତବ୍ୟ ପରିଚାଳନା କରିବାକୁ ଅନୁମତି ଦିଆଯାଇ ନ ଥିଲା।