Categories: ବାଣିଜ୍ୟ

ବ୍ରିଜ ପ୍ୟାକ ରଣନୀତି ଆପଣାଇବେ କମ୍ପାନୀ

ନୂଆଦିଲ୍ଲୀ, ୯।୫: ହିନ୍ଦୁସ୍ଥାନ ୟୁନି ଲିଭର ଲିଃ (ଏଚୟୁଏଲ)ର ତ୍ରୈମାସିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆଗାମୀ କିଛିମାସ ପର୍ଯ୍ୟନ୍ତ ଭାରତୀୟ ମୁଦ୍ରାସ୍ଫୀତିର ପ୍ରଭାବ ବିଭିନ୍ନ କମ୍ପାନୀଙ୍କ ଉପରେ ପଡିବ ବୋଲି ଆକଳନ କରାଯାଉଛି। ଏହାର ପରିଚାଳନା ବାତାବରଣ ମଧ୍ୟ ବେଶ ଆହ୍ବାନପୂର୍ଣ୍ଣ ରହିବ। ସେହିଭଳି ଏହି ଆହ୍ବାନର ମୁକାବିଲା ଲାଗି କମ୍ପାନୀମାନେ ବର୍ତ୍ତମାନ ‘ବ୍ରିଜ ପ୍ୟାକ୍‌’ ରଣନୀତି ଅବଲମ୍ବନ କରିବାକୁ ଯାଉଥିବା କୁହାଯାଇଛି। ଏହି ରଣନୀତିରେ ଉଚ୍ଚତମ ଓ ସବୁଠୁ କମ୍‌ ମୂଲ୍ୟର ଉତ୍ପାଦର ମଧ୍ୟବର୍ତ୍ତୀ ଉତ୍ପାଦ ଆଣିବା ଲାଗି କମ୍ପାନୀଗୁଡିକ ଯୋଜନା କରୁଛନ୍ତି।

Share