ନୂଆଦିଲ୍ଲୀ,୧।୩: ଭାରତୀୟ ପୁଞ୍ଜି ବଜାରର ସବୁଠାରୁ ୧୦ ମୂଲ୍ୟବାନ କମ୍ପାନୀ ମଧ୍ୟରୁ ୯ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୨.୨ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। ସେନ୍ସେକ୍ସ ୩% ଖସିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ୧୦ କମ୍ପାନୀ ମଧ୍ୟରେ ରିଲାଏନ୍ସ କେବଳ ଏକମାତ୍ର କମ୍ପାନୀ ଭାବେ ବଜାର ପୁଞ୍ଜିକରଣରେ ବେଶି ପ୍ରଭାବିତ ହୋଇନାହିଁ। ପ୍ରଭାବିତ ହୋଇଥିବା କମ୍ପାନୀଗୁଡିକ ମଧ୍ୟରେ ଟାଟା ଟେଲିସର୍ଭିସ, ଏଚ୍ଡିଏଫ୍ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଇନଫୋସିସ, ବଜାଜ ଫାଇନାନ୍ସ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏସ୍ବିଆଇ ଭଳି ଅନ୍ୟ କମ୍ପାନୀ ରହିଥାନ୍ତି। ବିଶ୍ୱ ବଜାର ପ୍ରଭାବିତ ହେବା ଯୋଗୁ ସେନ୍ସେକ୍ସ ୧୭୮୬ ପଏଣ୍ଟ(୩.୪୬%) ହ୍ରାସ ପାଇଥିଲା।