ନୂଆଦିଲ୍ଲୀ,୧୫।୭: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି କମ୍ପୋଜିଶନ ଡିଲରଙ୍କ ରିଟର୍ନ ଦାଖଲ ସୀମାକୁ ସରକାର ବଢ଼ାଇଛନ୍ତି। ଏହାଦ୍ୱାରା ଅଗଷ୍ଟ ୩୧ ପର୍ଯ୍ୟନ୍ତ କମ୍ପୋଜିଶନ ଡିଲର ରିଟର୍ନ ପଇଠ କରିବାକୁ ସକ୍ଷମ ହୋଇପାରିବେ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ଜିଏସ୍ଟି-ଆର୍ ୪ ଆର୍ ରିଟର୍ନ ପଇଠର ସୀମା ଜୁଲାଇ ୧୫ ଧାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ବଜାର ସ୍ଥିତି ପ୍ରଭାବିତ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ୧.୫ କୋଟି ଟଙ୍କାରୁ କମ୍ କାରବାର ଉପରେ ଟିକସଦାତା କମ୍ପୋଜିଶନ ସ୍କିମ୍ର ବିକଳ୍ପ ଚୟନ କରୁଛନ୍ତି।