Categories: ବାଣିଜ୍ୟ

କମ୍ପୋଜିଶନ ଡିଲରଙ୍କ ରିଟର୍ନ ପଇଠ ସୀମା ବଢ଼ିଲା

ନୂଆଦିଲ୍ଲୀ,୧୫।୭: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି କମ୍ପୋଜିଶନ ଡିଲରଙ୍କ ରିଟର୍ନ ଦାଖଲ ସୀମାକୁ ସରକାର ବଢ଼ାଇଛନ୍ତି। ଏହାଦ୍ୱାରା ଅଗଷ୍ଟ ୩୧ ପର୍ଯ୍ୟନ୍ତ କମ୍ପୋଜିଶନ ଡିଲର ରିଟର୍ନ ପଇଠ କରିବାକୁ ସକ୍ଷମ ହୋଇପାରିବେ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ଜିଏସ୍‌ଟି-ଆର୍‌ ୪ ଆର୍‌ ରିଟର୍ନ ପଇଠର ସୀମା ଜୁଲାଇ ୧୫ ଧାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ବଜାର ସ୍ଥିତି ପ୍ରଭାବିତ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ୧.୫ କୋଟି ଟଙ୍କାରୁ କମ୍‌ କାରବାର ଉପରେ ଟିକସଦାତା କମ୍ପୋଜିଶନ ସ୍କିମ୍‌ର ବିକଳ୍ପ ଚୟନ କରୁଛନ୍ତି।

Share