Categories: ଜାତୀୟ

ସୁଧୁରୁନି ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୧୫।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଆସୁ ନ ଥିବା ଶନିବାର ସକାଳେ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଏବେବି ସେ ଭେଣ୍ଟିଲେଟରରେ ରହିଛନ୍ତି। ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଥିବା ବେଳେ ଶରୀରର ମୁଖ୍ୟ ଅଙ୍ଗ ଗୁଡିକର କାର୍ଯ୍ୟକ୍ଷମତା ସ୍ଥିର ରହିଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୦ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ତାଙ୍କର ବ୍ରେନ୍‌ ସର୍ଜରୀ କରାଯାଇଥିବା ପ୍ରକାଶ।

Share