କୁଢ଼ କୁଢ଼ ଅଳିଆ ଆବର୍ଜନା, ଦୁର୍ଗନ୍ଧରେ ନାକ ଫାଟୁଛି: ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡି,୨୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ମଧ୍ୟ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ପୂର୍ବ ଦିନ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସମ୍ପୂର୍ଣ୍ଣ ସଫେଇ କରାଯାଇଥିଲା। ଏଥିପାଇଁ ପ୍ରଶାସନ ସହ ଅଞ୍ଚଳବାସୀ ଛାତ୍ରୀଛାତ୍ର ସମସ୍ତେ ମିଶି ମନପ୍ରାଣ ଦେଇ ସଫେଇ କରିଥିଲେ। ହେଲେ ଏହି ଦିବସ ପାଳନ ପରେ ହେଲିପ୍ୟାଡ଼ ପଡିଆର ଅବସ୍ଥା ସମ୍ପୂର୍ଣ୍ଣ ବେହାଲ ହୋଇପଡିଛି। ଏହି ଜାତୀୟ ଦିବସ ପାଳନ ପରଠାରୁ ପଡିଆ ସାରା ପ୍ଲାଷ୍ଟିକ ଆଉ ଅଇଁଠା ପତ୍ର ସହ କୁଢ଼ କୁଢ଼ ଅଳିଆ ଆବର୍ଜନାରେ ଭର୍ତ୍ତି। ପୁତ୍ତିମୟ ଗନ୍ଧ ରେ ନାକ ଫାଟୁଛି। ଦାରିଙ୍ଗବାଡିର ଏକ ମାତ୍ର ପଡିଆ ଯେଉଁଠି ପ୍ରତିଦିନ ପ୍ରାତଃ ଭ୍ରମଣ ଓ ଖେଳକୁଦ, ଯୋଗଭ୍ୟାସ ପାଇଁ ସ୍ଥାନୀୟ ଲୋକ ନିର୍ଭର କରନ୍ତି। କିନ୍ତୁ ଜାତୀୟ ଦିବସ ପାଳନ ପରେ ପଡିଆର ଅବସ୍ଥା ଶୋଚନୀୟ ପରେ ପରିବେଶବିତଙ୍କ ମଧ୍ୟରେ ଦେଖାଯାଇଛି ଉଦବେଗ। ପଞ୍ଚାୟତ କାହିଁକି ଏସବୁକୁ ସଫେଇ କରେଇବାରେ ଅବହେଳା ପ୍ରଦର୍ଶନ କରୁଛି ସେ ନେଇ ସାଧାରଣରେ ଅସନ୍ତୋଷ ଦେଖାଯିବା ସହ ଉଦବେଗ ପ୍ରକାଶ ପାଇଛି। ଜାତୀୟ ଦିବସ ପାଳନ ପରେ ସ୍ଥାନୀୟ ପ୍ରଶାସନ ତାର ଦାୟିତ୍ୱରେ କାହିଁକି ଅବହେଳା କରୁଛି ସେ ନେଇ ଅସନ୍ତୋଷ ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯ରେ ବିଜେଡି ସଭାପତି  ନିର୍ବାଚନ: ୩ ବରିଷ୍ଠ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୧୨।୪: ଆସନ୍ତା ୧୯ରେ ବିଜେଡି ସଭାପତି  ନିର୍ବାଚନ ହେବ ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପୁଣି ନବୀନ ସଭାପତି ନିର୍ବାଚିତ ହେବେ...

ଅଭାବନୀୟ: ବାପାଙ୍କୁ ହାଣିଲା ନାବାଳକ ପୁଅ, କଟକ ସ୍ଥାନାନ୍ତର ହେଲେ…

ବାଲେଶ୍ୱର, ୧୨।୪(ବାଞ୍ଛାନିଧି ଦେ): ପାରିବାରିକ କଳହରୁ ପରିବାର ମଧ୍ୟରେ ବୁଲିଲା ତେଲେଙ୍ଗା କଟୁରି । ବାପାଙ୍କୁ ହାଣିଲା ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା...

ପ୍ରଥମଥର ରାଷ୍ଟ୍ରପତିଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ: ୩ ମାସରେ ନିର୍ଣ୍ଣୟ ନିଅ

ନୂଆଦିଲ୍ଲୀ,୧୨।୪: ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ପ୍ରଥମଥର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪(ସୁନୀଲ କୁମାର ମହାନ୍ତି): ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ...

ଗୋଟିଏ ଗାଡ଼ିକୁ ପିଛା କରୁଥିଲା ପାଟ୍ରୋଲିଂ ଗାଡ଼ି: ଆଗ ଗାଡ଼ିରୁ ଅବକାରୀ ଗାଡ଼ିକୁ ହେଲା ଗୁଳିମାଡ଼ , ପରେ ଫିଲ୍ମ ଷ୍ଟାଇଲରେ…

ସୁନ୍ଦରଗଡ,୧୨।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ମଶାବିରା ରାସ୍ତାରେ ଶନିବାର ସକାଳେ ଅବକାରୀ ବିଭାଗର ଗାଡି ଉପରକୁ ଗୁଳି ମାଡ ହୋଇଛି।...

ପୁଣି UPI ଡାଉନ୍‌, ଥରେ ପେମେଣ୍ଟ କଲେ ଦୁଇଥର କଟିଯାଉଛି ଟଙ୍କା!

ନୂଆଦିଲ୍ଲୀ,୧୨।୪: ପୁଣି ୟୁପିଆଇ ଡାଉନ୍‌। ଶନିବାର ସାରା ଦେଶରେ ବ୍ୟବହାରକାରୀ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର...

Video: ପ୍ରେମିକାଙ୍କୁ ସୁଟକେସ୍‌ରେ ଭର୍ତ୍ତି କରି ହଷ୍ଟେଲ୍‌ ଭିତରକୁ ନେଉଥିଲେ ପ୍ରେମିକ: ଧରାପଡ଼ିବାରୁ…ଦେଖନ୍ତୁ ଭିଡିଓ

ଆଜିକାଲି ପ୍ରେମ କେବଳ ଅନ୍ଧ ନୁହେଁ, ଏହା ଅଧିକ କ୍ରିଏଟିଭ୍‌ ମଧ୍ୟ ହୋଇଯାଇଛି। ନିକଟରେ ପ୍ରେମର ଏମିତି ଏକ ଉପାୟ ଭାଇରାଲ ହୋଇଛି, ଯାହା ଯେକେହି...

ସାରାଦେଶରେ ପୁଣି UPI DOWN, ପେମେଣ୍ଟବେଳେ ହେଉଛି ସମସ୍ୟା

ନୂଆଦିଲ୍ଲୀ,୧୨।୪: ଆଜି, ସାରା ଦେଶରେ ଲୋକମାନେ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର କରିବା ସମୟରେ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image